Below header

ଭୁଲ ମ୍ୟାପ୍ ଦେଖି ଭାରତରେ ବାଟବଣା ହେଲେ ଫ୍ରାନ୍ସ ଯୁବକ, ସଧା ପହଁଚିଲେ ଆସି ସୋରରେ

ଭୁଲ ମ୍ୟାପ୍ ଯୋଗୁ ଫ୍ରାନ୍ସ ଯୁବକ ଆସି ପହଁଚିଲେ ସିଧା ସୋରରେ। ଏକଥା ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଛି ନା। ତେବେ ଯାହା ଜଣାପଡଇଛି କି, ପୁରୀରୁ କୋଲକାତା ଯିବାବେଳେ ନୂଆ କରି ଚାନ୍ଦିପୁରରେ ହୋଇଥିବା ପାର୍କ ଦେଖିବାକୁ ଯିବାର ଥିଲା ଫ୍ରାନ୍ସରୁ ଆସିଥିବା ଯୁବକଙ୍କୁ ।

ସୋର(କେନ୍ୟୁଜ୍): ଭୁଲ ମ୍ୟାପ୍ ଯୋଗୁ ଫ୍ରାନ୍ସ ଯୁବକ ଆସି ପହଁଚିଲେ ସିଧା ସୋରରେ। ଏକଥା ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଛି ନା। ତେବେ ଯାହା ଜଣାପଡଇଛି କି, ପୁରୀରୁ କୋଲକାତା ଯିବାବେଳେ ନୂଆ କରି ଚାନ୍ଦିପୁରରେ ହୋଇଥିବା ପାର୍କ ଦେଖିବାକୁ ଯିବାର ଥିଲା ଫ୍ରାନ୍ସରୁ ଆସିଥିବା ଯୁବକଙ୍କୁ । ହେଲେ ସୋର ସିନ୍ଧୁଆ ଡ୍ୟାମ୍ କୁ ଗୁଗୁଲ ମ୍ୟାପରେ ଦେଖି ସୋରରୁ ସିନ୍ଧୁଆ ଡ୍ୟାମ ୧୬ କିଲୋମିଟର ରାସ୍ତା ଆସିକି ପହଂଚିବା ପରେ ସେଠାରେ ଲୋକେ ତାଙ୍କୁ ସନ୍ଦେହରେ ଅଟକ ରଖିଥିଲେ। ଏଭଳି ଏକ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ଚାଲିଛି ।

ଦେଖନ୍ତୁ ଇଏ ହେଉଛନ୍ତି ଫ୍ରାନ୍ସ ମୋଥୁରୁ ସହରରୁ ଭାରତ ଆସିଥିବା ଯୁବ କୃଷକ ମାର୍ସଲ। ସେ ଦୀର୍ଘ ୪ ମାସ ତଳେ ଭାରତ ଭ୍ରମଣରେ ବାହାରିଥିଲେ । ମlର୍ସଲ ଗତ ଦୁଇ ଦିନ ତଳେ ପୁରୀରୁ ବାହାରି ସୋର ଷ୍ଟେସନରେ ଆସି ପହଞ୍ଚିଥିଲେ । ଚାନ୍ଦିପୁରରେ ହୋଇଥିବା ପାର୍କ ବୁଲି ଦେଖିଥାନ୍ତେ ବୋଲି ଚିନ୍ତା କରିଥିଲେ । କିନ୍ତୁ ସେ ସୋରରେ ଥିବା ସିନ୍ଧୁଆ ଡ୍ୟାମ ନିକଟରେ ଯାଇ ପହଞ୍ଚିଥିଲେ । ତେବେ ସେଠାକାର ତାଙ୍କୁ ଦେଖି ସ୍ଥାନୀୟ ଲୋକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଁଚି ତାଙ୍କର ଭିସା ଓ ପାସପୋର୍ଟ ତଦନ୍ତ କରିଥିଲା । ଏହାପରେ ଯାଇ ସବୁ ସତ ସାମ୍ନାକୁ ଆସିଥିଲା । ସବୁ ସତ ଜାଣିବା ପରେ ସ୍ଥନୀୟ ଯୁବକ ମlର୍ସଲଙ୍କୁ ସହଯୋଗ କରିଥିଲେ । ମlର୍ସଲଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ ।

ମାର୍ସଲ ସ୍ଥାନୀୟ ମହୁମୁହାଣରେ ରହି ସ୍ଥାନୀୟ ଯୁବକଙ୍କ ସହିତ କ୍ରିକେଟ ଖେଳିବା ସହ ଗତକାଲି ଗୁରୁବାର ଓଷା ଭୋଗ ଖାଇଥିଲେ । ଖାଲି ସେତିକି ନୁହେଁ ପଥର ଫଟାଇବା ଓ କୀର୍ତ୍ତନ କରି ସ୍ଥାନୀୟ ସଂସ୍କୃତି ଓ କଳାକୁ ଭରପୁର ଉପଭୋଗ କରିଥିବା ଦେଖିବାକୁ ମିଳିଛି । ତେବେ ଆଜି ସେ ପୁଣି କୋଲକତା ଅଭିମୁଖରେ ବାହାରି ପଡିବେ । ତେବେ ବର୍ତ୍ତମାନ ସେଠାରେ ସେ ଠିକ୍ ଭାବେ ରହିଛନ୍ତି । ସେ ତାଙ୍କ ଭ୍ରମଣ ସମୟରେ ଭାରତ ସରକାର ଓ ଫ୍ରାନ୍ସ କନସଲାଣ୍ଟଙ୍କ ସହିତ ଯୋଗାଯୋଗ କରିବାକୁ ମନା କରିଛନ୍ତି ।

କଥାରେ ଅଛି ଅତିଥି ଦେବୋ ଭବଃ । ଏହାକୁ ପାଳନ କରିବାରେ ଶୀର୍ଷରେ ଆମ ଓଡିଶା । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଏହି ସୋରରେ । ବାଟବଣା ହୋଇଥିବା ଫ୍ରାନ୍ସ ଯୁବକଙ୍କୁ ପ୍ରଥମେ ସନ୍ଦେହ କଲେ ଏବଂ ସତ ଜାଣିଲା ପରେ ବନ୍ଧୁତା କରିବା ସହ ଅତିଥି ଦେବୋ ଭବଃର ମର୍ଯ୍ୟାଦା ରଖିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.