ଅଭିନେତା ଶ୍ରେୟସ୍ ତଲପଡେଙ୍କୁ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି

ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେଙ୍କୁ ହୃଦଘାତ । ଗତକାଲି ସନ୍ଧ୍ୟାରେ ଫିଲ୍ମ ସୁଟିଂରୁ ଫେରିବା ପରେ ବାସଭବନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶ୍ରେୟସଙ୍କ ଏଞ୍ଜିଓପ୍ଲାଷ୍ଟି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି।

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେଙ୍କୁ ହୃଦଘାତ । ଗତକାଲି ସନ୍ଧ୍ୟାରେ ଫିଲ୍ମ ସୁଟିଂରୁ ଫେରିବା ପରେ ବାସଭବନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶ୍ରେୟସଙ୍କ ଏଞ୍ଜିଓପ୍ଲାଷ୍ଟି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି।

୪୭ ବର୍ଷୀୟ ଅଭିନେତା ଶ୍ରେୟସ୍ ତଲପଡେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ୱେଲକମ୍ ଟୁ ଜଙ୍ଗଲ’ର ସୁଟିଂ କରୁଥିଲେ। ସେଠାରେ ସେ ସ୍ୱାଭାବିକ ଥିବା ବେଳେ ସହ ଅଭିନେତାଙ୍କ ସହ ମଜାମସ୍ତି ବି କରିଥିଲେ। ମାତ୍ର ସୁଟିଂ ସରିବା ପରେ ପରେ ହଠାତ୍‌ ତଲପଡେଙ୍କୁ ହୃଦଘାତ ହୋଇଥିଲା। ଏହାପରେ ସେ ଅଚାନକ୍ ତଳେ ବେହୋସ୍ ହୋଇ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ବର୍ତ୍ତମାନ ଏଞ୍ଜିଓପ୍ଲାଷ୍ଟି ପରେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି ।

ଶ୍ରେୟସ ତଲପଡେ ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି । ସେ ଦିଲ୍ ଦୋସ୍ତି ଏକ୍ସଟ୍ରା, ଗୋଲମାଲ୍, ହମ୍ ତୁମ୍ ଶବାନା, ପୋଷ୍ଟର ବୟ, ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । ଇକବାଲ ଚଳଚ୍ଚିତ୍ର ପାଇଁ ତାଙ୍କୁ ବହୁତ ପ୍ରଶଂସା କରାଯାଇଥିଲା। ସେ ନାସିରୁଦ୍ଦିନ ଶାହାଙ୍କ ସହ ଏହି ଫିଲ୍ମରେ ଅଭିନୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.