Below header

ମୃତ ଘୋଷଣା କରିଥିଲେ ଡାକ୍ତର, ୨୪ ମିନିଟ ପରେ ପୁର୍ନଜୀବିତ ହେଲେ ମହିଳା

ଏପରି ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ମଣିଷ ମୃତ୍ୟୁ ର କିଛି ମିନିଟ୍ ପରେ ଜୀବନ୍ତ ଫେରି ଆସନ୍ତି ଏବଂ ଦାବି କରନ୍ତି ଯେ ସେମାନେ ମୃତ୍ୟୁ ପରେ ଦୁନିଆକୁ ଦେଖିଛନ୍ତି । ତେବେ ସମାନ ଭାବେ ଜଣେ ମହିଳା ମୃତ୍ୟୁର ୨୪ ମିନିଟ ପରେ ପୁଣି ଜୀବନ୍ତ ଫେରି ଆସିଥିବା ଘଟଣା ସାମ୍ନାକୁ ଆସିଛି ।

ପୃଥିବୀରେ ଜୀବନ ଓ ମୃତ୍ୟୁ ଚିରନ୍ତନ ସତ୍ୟ । ପୃଥିବୀରେ ଯିଏ ଜନ୍ମ ନିଏ ତାର ମୃତ୍ୟୁ ସୁନିଶ୍ଚିତ । କିନ୍ତୁ କାହାର କେତେବେଳେ ମୃତ୍ୟୁ ହେବ ତାହା କେହି କହି ପାରିବେ ନାହିଁ । ମୃତ୍ୟୁ ପରେ କଣ ହୁଏ ତାହା ମଧ୍ୟ କାହାକୁ ବି ଜଣା ନଥାଏ । କିନ୍ତୁ ଦୁନିଆରେ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଦାବି କରନ୍ତି ଯେ ସେମାନେ ମୃତ୍ୟୁ ପରେ କଣ ହୁଏ ଜାଣିଛନ୍ତି ଏବଂ କିଛି ଲୋକ ମୃତ୍ୟୁ ପରେ ଦୁନିଆକୁ ଦେଖିଥିବା ଦାବି କରନ୍ତି । ଏପରି ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ମଣିଷ ମୃତ୍ୟୁ ର କିଛି ମିନିଟ୍ ପରେ ଜୀବନ୍ତ ଫେରି ଆସନ୍ତି ଏବଂ ଦାବି କରନ୍ତି ଯେ ସେମାନେ ମୃତ୍ୟୁ ପରେ ଦୁନିଆକୁ ଦେଖିଛନ୍ତି । ତେବେ ସମାନ ଭାବେ ଜଣେ ମହିଳା ମୃତ୍ୟୁର ୨୪ ମିନିଟ ପରେ ପୁଣି ଜୀବନ୍ତ ଫେରି ଆସିଥିବା ଘଟଣା ସାମ୍ନାକୁ ଆସିଛି ।

ମହିଳା ଦାବି କରିଛନ୍ତି ତାଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ମୃତ୍ୟୁର ମାତ୍ର ୨୪ ମିନିଟ ପରେ ସେ ପୁନର୍ବାର ଜୀବନ୍ତ ହୋଇଥିଲେ । ସେ କହିଥିଲେ ଯେ ମୃତ୍ୟୁ ପରେ ସେ ଏପରି କିଛି ଦେଖିଥିଲେ ଯାହାକୁ କେହି ବିଶ୍ୱାସ କରିପାରିବେ ନାହିଁ । ଉକ୍ତ ମହିଳାଙ୍କ ନାମ ହେଉଛି ଲରେନ୍ କାନାଡ଼େ । ମିଳିଥିବା ରିପୋର୍ଟ ଅନୁଯାୟୀ, ଲରେନ୍ ସୋସିଆଲ୍ ମିଡିଆରେ ସମ୍ପୃକ୍ତ ଘଟଣାକୁ ସେୟାର କରିଛନ୍ତି । ସେ କହିଛନ୍ତି ଯେ ଚଳିତ ବର୍ଷ ଫେବୃଆରୀରେ ତାଙ୍କର ହଠାତ୍ ହୃଦ୍‌ଘାତ ହୋଇଥିଲା । ତାଙ୍କ ସ୍ୱାମୀ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଏହି ସମୟ ମଧ୍ୟରେ ଲରେନଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ସି.ପି.ଆର ଦେଇଥିଲେ, କିନ୍ତୁ କୌଣସି ସୁଫଳ ମିଳିନଥିଲା ।

ତେବେ କିଛି ମିନିଟ୍ ପରେ ଡାକ୍ତର ତାଙ୍କ ଘରକୁ ଆସି ଲରେନଙ୍କ ଚିକିତ୍ସା କରିଥିଲେ । ଲରେନ ନିଶ୍ୱାସ ନେଉ ନଥିବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ପ୍ରାୟ ୨୪ ମିନିଟ୍ ପରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଥିଲା । ଲରେନ୍ ହଠାତ୍ ନିଶ୍ୱାସ ନେବା ଆରମ୍ଭ କଲେ ଏବଂ ସେ ବଞ୍ଚି ଉଠିଥିଲେ । ଏହା ପରେ ତାଙ୍କୁ ଆଇସିୟୁକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ତାଙ୍କର କୌଣସି କ୍ଷତି ହୋଇନାହିଁ । ଲରେନଙ୍କ କହିବା ଅନୁଯାୟୀ ପୁନର୍ବାର ଜୀବିତ ହେବା ପରେ ସେ ଦୁଇ ଦିନ କୋମାରେ ଥିଲେ, କିନ୍ତୁ ଏହା ପରେ ତାଙ୍କ ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଥିଲା ।

କିନ୍ତୁ ଲରେନ୍ ବର୍ତ୍ତମାନ ଭଲ ଅଛନ୍ତି । ସେ କହିଛନ୍ତି ଯେ ମୃତ୍ୟୁ ପରେ ସେ ବହୁତ ଶାନ୍ତି ଅନୁଭବ କରିଥିଲେ । ମୃତ୍ୟୁ ପରେ ସେ ଅନୁଭବ କରିଥିଲେ ଯେ ସେ ନିଜ ଅଫିସରେ ଶାନ୍ତିରେ ଶୋଇଛନ୍ତି । ସେ ଦାବି କରିଛନ୍ତି ଯେ ବର୍ତ୍ତମାନ ସେ ମୃତ୍ୟୁକୁ ଆଉ ଭୟ କରୁ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.