Below header

ଗଛରୁ ଯବାନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର: ସାରିଥିଲା ନିର୍ବନ୍ଧ, ଫେବୃଆରୀରେ ପଡ଼ିଥାଆନ୍ତା ହାତ ଗଣ୍ଠି

ଗଛରୁ ଯବାନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ରାଉରକେଲା ବିର୍ସା ଛକରେ ଥିବା ସିଆଇଏସଏଫ କ୍ୟାମ୍ପସରେ ଏହି ଘଟଣା ଘଟିଛି । ମୃତକ ହେଉଛନ୍ତି ୩୧ ବର୍ଷୀୟ ସାହିଲ କୁମାର ।

ରାଉରକେଲା (କେନ୍ୟୁଜ): ଗଛରୁ ଯବାନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ରାଉରକେଲା ବିର୍ସା ଛକରେ ଥିବା ସିଆଇଏସଏଫ କ୍ୟାମ୍ପସରେ ଏହି ଘଟଣା ଘଟିଛି । ମୃତକ ହେଉଛନ୍ତି ୩୧ ବର୍ଷୀୟ ସାହିଲ କୁମାର । ସେ ଜମ୍ମୁ କାଶ୍ମୀର କାଠୁଆ ଜିଲ୍ଲାର ବୋଲି ଜଣାପଡିଛି। ଏଠାରେ ସେ ସିଆଇଏସଏଫ୍ ବାରାକ ରେ ରହୁଥିଲେ।

ନିକଟରେ ତାଙ୍କର ନିର୍ବନ୍ଧ ହୋଇଥିବା ବେଳେ ଆସନ୍ତା ଫେବୃଆରୀ ମାସରେ ବିବାହ ହେବାର ଥିଲା। ତାଙ୍କ ପକେଟରୁ ପୋଲିସ ଏକ ମୋବାଇଲ ଫୋନ ଉଦ୍ଧାର କରିଛି। ପାରିପାର୍ଶ୍ବିକ ସ୍ଥିତିରୁ ସାହିଲ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପ୍ଲାଣ୍ଟସାଇଟ୍ ପୋଲିସ ଘଟଣାର ତଦନ୍ତ କରୁଛି। ପରିବାର ଲୋକ ରାଉରକେଲା ପହଁଚିଲେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.