Below header

ବିନା ମାଟିରରେ ପରିବା ଓ ଫଳ ଉତ୍ପାଦନ ସମ୍ଭବ, ହେଲେ କେମିତି?

ମାଟି ବିନା ମଧ୍ୟ ପରିବା ଓ ଫଳ ଆଦି ଉତ୍ପାଦନ ସମ୍ଭବ । ଏହା ନିଶ୍ଚିତ ଭାବେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ, କିନ୍ତୁ ଏହା ବାସ୍ତବରେ ସମ୍ଭବ ହୋଇପାରିପାରିଛି ।

କଟକ(କେନ୍ୟୁଜ):  ଦିନକୁ ଦିନ କମି ଯାଉଛି ମାଟି ଆଉ ସେହି ଜାଗାରେ ଠିଆ ହେଉଛି ବଡ଼ ବଡ଼ କଂକ୍ରିଟ୍‌ର କୋଠା । ଚାକିରି ଲୋଭରେ ଚାଷ ଆଡୁ ମୁହଁ ଆଡ଼େଇ ଦେଉଛନ୍ତି ଲୋକେ । ହେଲେ ଯିଏ ଚାଷର ମହତ୍ୱ ବୁଝିଛି ସେ କିନ୍ତୁ ଛାଡ଼ି ପାରୁନି ତାହର ମୋହ । ବିଭିନ୍ନ ନୂତନ ଜ୍ଞାନ କୌଶଳରେ ଚାଷ କିପରି ସହଜ ଉପାୟରେ ହୋଇପାରିବ ସେନେଇ ଆଗଭର। ବିଶେଷ ଭାବେ ଏହି ଉଦ୍ଭିଦ ବିଜ୍ଞାନରେ ପାଠ ପଢୁଥିବା ଆମ ଯୁବପୀଢି ।

ତେବେ ଏହାରି ଭିତରେ ଏମିତି ଏକ ଖବର ମିଳିଛି ଯେ ମାଟି ବିନା ମଧ୍ୟ ପରିବା ଓ ଫଳ ଉତ୍ପାଦନ ସମ୍ଭବ । ଏହା ନିଶ୍ଚିତ ଭାବେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ, କିନ୍ତୁ ଏହା ବାସ୍ତବରେ ସମ୍ଭବ ହୋଇପାରିଛି । ଯାହା କେବଳ ହାଇଡ୍ରୋପୋନିକ ଚାଷ ମାଧ୍ୟମରେ ସମ୍ଭବ । ଏହି ର୍ନିଦ୍ଦିଷ୍ଟ ପ୍ରଣାଳୀକୁ ଉପଯୋଗ କରି କିପରି ଫସଲ ଉତ୍ପାଦନ କରାଯାଇପାରିବ ସେ ନେଇ ରେଭେନ୍ସା ବିଶ୍ୱବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ଗବେଷଣା କରାଯାଇ ସଫଳତା ମିଳି ପାରିଛି ।

vegitable

୨୦୨୦ ରୁ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସହକରୀ ପ୍ରଫେସର କ୍ଷିରୋଦ କୁମାର ସାହୁଙ୍କ ନେତୃତ୍ୱରେ ଗବେଷଣା ଆରମ୍ଭ ହୋଇଥିଲା । ଆଉ ପ୍ରଥମେ ଏହି ଉପାୟରେ ଫୁଲ ଚାଷ କରାଯାଇଥିଲା । ତେବେ ଫୁଲ ଚାଷର ସଫଳତା ପରେ ଏବେ ହାଇଡ୍ରୋପୋନିକ ଉପାୟରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯାଉଛି ।ଏହି ଚାଷ ମାଧ୍ୟମରେ କୋବି , ବାଇଗଣ , ବିଲାତିବାଇଗଣ , ଲଙ୍କା ଇତ୍ୟାଦି ପରିବା ଚାଷ କରାଯାଇ ସଫଳତାର ସହ ସେସବୁ ଫଳା ଯାଇପାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.