ବିଏମସିକୁ ବେଖାତିର: କାନ୍ଥରେ ବିଜ୍ଞାପନ ଲଗାଇ ୫୦ ହଜାର ଜରିମାନା ଗଣିଲା ଜିମ୍

କାନ୍ଥରେ ବିଜ୍ଞାପନ ଲଗାଇ ଫାଇନ ଗଣିଲେ ଜିମ୍ ମାଲିକ । ବାପୁଜୀ ନଗର ଅଞ୍ଚଳରେ ଥିବା ଏଭିସ ଫିଟନେସ ବିରୋଧରେ ୫୦ହଜାର ଟଙ୍କା ଜରିମାନା କାଟିଲା ବିଏମସି।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀର ବିଭିନ୍ନ କାନ୍ଥ ବାଡ଼ରେ ଟୁ-ଲେଟ୍ ବା ଘରଭଡ଼ା ପାଇଁ ବିଦ୍ୟୁତ ଖୁଣ୍ଟରେ ଏ-୪ ସାଇଜ୍ କାଗଜରେ ବିଜ୍ଞାପନ ଲଗାଇବାରୁ ମୋଟା ଅଂକର ଜରିମାନା କଷିଥିଲା ବିଏମସି । ଏହା ସତ୍ତ୍ୱେ ବି ମାନୁନାହାନ୍ତି ଲୋକେ। କାନ୍ଥରେ ବିଜ୍ଞାପନ ଲଗାଇ ଫାଇନ ଗଣିଲେ ଜିମ୍ ମାଲିକ । ବାପୁଜୀ ନଗର ଅଞ୍ଚଳରେ ଥିବା ଏଭିସ ଫିଟନେସ ବିରୋଧରେ ୫୦ହଜାର ଟଙ୍କା ଜରିମାନା କାଟିଲା ବିଏମସି। ଏହା ସହିତ ଏଭିସ ଫିଟନେସ ବିରୋଧରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି।

ଏହା ଦ୍ୱାରା ସହରର ସୌନ୍ଦଯ୍ୟ କରଣ ନଷ୍ଟ ହେଉଥିବାରୁ ଭୁବନେଶ୍ଵର ମହାନଗର ନିଗମ ପୂର୍ବରୁ ସଚେତନ କରିଥିଲା। ଯେଉଁମାନେ ନିୟମ ଭାଙ୍ଗିଛନ୍ତି ୫୦ ହଜାର ଟଙ୍କା ଫାଇନ ଆଦାୟ ହୋଇଥିବା ଜଣାପଡିଛି। ଅନ୍ୟପଟେ ସହରକୁ ସଫା ସୁତୁରା ରଖିବା ପାଇଁ ବିଏମସି ପକ୍ଷରୁ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ହାତକୁ ନିଆ ଯାଉଛି। ପବ୍ଲିକ ଆୱାର ନେସ ମଧ୍ୟ କରା ଯାଉଛି।

ଖବର ଅନୁଯାୟୀ ଟୁ-ଲେଟ ବିଜ୍ଞାପନ ଲଗାଇଥିବା ନୟାପଲ୍ଲୀ ଅଞ୍ଚଳର ୩ଟି ସଂସ୍ଥା ଠାରୁ ବିଏମସି ୫୦ ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିଛି। ଏହାଛଡା ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ନୟାପଲ୍ଲୀ ଥାନାର ଥାନାରେ ଏତଲା ଦିଆଯାଇଛି। କିଛି ସଂସ୍ଥା ଓ ଘର ମାଲିକ ଘରଭଡ଼ା ଦେବା ପାଇଁ କାନ୍ଥବାଡ଼, ବିଦ୍ୟୁତ ଖୁଣ୍ଟ ଓ ସରକାରୀ ଜାଗାରେ ଟୁ-ଲେଟ ଲେଖି ମାରୁଥିବାରୁ ଏହି ପଦକ୍ଷେପ ନିଆଯାଇଛି। ହେଲେ ଜଣେ ବ୍ୟକ୍ତି ଘର ଭଡ଼ାରେ ଲଗାଇବାକୁ ଚାହିଁଲେ ଘର ଆଗରେ ଟୁ-ଲେଟ ମାରିପାରିବେ। କିନ୍ତୁ ପୋଷ୍ଟର, ହୋଡିଂ ଓ ଟୁ-ଲେଟ ଲଗାଇଲେ ବିଏମସି ପରାମର୍ଶ ନେବାକୁ ପଡ଼ିବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.