ମାତିଲେ ଲୁଟେରା: ଛୁରା ମାଡ଼ କରି ବ୍ୟବସାୟୀଙ୍କଠୁ କିଲେ ସୁନା ସହ ୨୦ ଲକ୍ଷ ଲୁଟ

ଲୁଟିନେଲେ କେଜିଏ ସୁନା । ରାଉରକେଲା ମାଲଗୋଦାମ ଅଞ୍ଚଳରେ ମାତିଲେ ଲୁଟେରା । ଛୁରା ମାଡ଼ କରି କିଲେ ସୁନା ସହ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ସୁନା ବ୍ୟବସାୟୀ ଦୁଇଟି ବ୍ୟାଗରେ ସୁନା ଧରି ଯାଉଥିବା ବେଳେ ମାଲଗୋଦାମ କାଳୀ ମନ୍ଦିର ନିକଟରେ ଆକ୍ରମଣ କରିଥିଲେ ଲୁଟେରା ।

ରାଉରକେଲା (କେନ୍ୟୁଜ): ଲୁଟିନେଲେ କେଜିଏ ସୁନା । ରାଉରକେଲା ମାଲଗୋଦାମ ଅଞ୍ଚଳରେ ମାତିଲେ ଲୁଟେରା । ଛୁରା ମାଡ଼ କରି କିଲେ ସୁନା ସହ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ସୁନା ବ୍ୟବସାୟୀ ଦୁଇଟି ବ୍ୟାଗରେ ସୁନା ଧରି ଯାଉଥିବା ବେଳେ ମାଲଗୋଦାମ କାଳୀ ମନ୍ଦିର ନିକଟରେ ଆକ୍ରମଣ କରିଥିଲେ ଲୁଟେରା । ଘଟଣାର ତଦନ୍ତ କରୁଛି ପୋଲିସ୍ । ଲୁଟ ପରେ ଫେରାର ହୋଇଯାଇଛନ୍ତି ଅଭିଯୁକ୍ତ ।

ସୂଚନା ଥାଉକି, ବ୍ୟବସାୟ ପାଇଁ ୧ କେଜି ସୁନା ଧରି ଆସୁଥିଲେ ବ୍ୟବସାୟୀ । ଶୁକ୍ରବାର ସକାଳୁ ସେ ବାସନ୍ତୀ କଲୋନି ଅଭିମୁଖେ ବାହାରିଥିଲେ । ଠିକ୍ ଏହି ସମୟରେ ଲୁଟେରାମାନେ ପୂର୍ବରୁ କରି ରଖିଥିବା ଯୋଜନା ମୁତାବକ ବାଟରେ ଛୁରା ମାଡ କରି ୧ କେଜି ସୁନା ସହ ୨୦ ଲକ୍ଷ ଲୁଟି ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.