Below header

ମାଲିକର ଗାଡ଼ିର ଡୁପ୍ଲିକେଟ ଚାବି କରି, ଡିକିରୁ ଲକ୍ଷାଧିକ ଟଙ୍କା ଲୁଟ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ସହରର ଜନ ଗହଳିପୂର୍ଣ୍ଣ ଅଞ୍ଚଳ ଧର୍ମନଗର ମୁଖ୍ୟ ରାସ୍ତାରୁ ଗତ ଦୁଇ ଦିନ ତଳେ ନିର୍ମଳ ସିଂହ ନାମକ ଜଣେ ବ୍ୟବସାୟୀଙ୍କ ମୋଟର ସାଇକେଲ ଡିକି ଖୋଲି ଲକ୍ଷାଧିକ ଟଙ୍କା ଓ ବ୍ୟାଙ୍କ କାଗଜପତ୍ର ଲୁଟ ହୋଇଥିଲା । ଏହି ଘଟଣାରେ ବ୍ରହ୍ମପୁର ଟାଉନ ଥାନା ପୋଲିସକୁ ଗୋଟିଏ ଦିନ ପରେ ସଫଳତା ମିଳିଛି ।

ଲୁଟରେ ସଂପୃକ୍ତି ଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଲୁଟ୍ ହୋଇଥିବା ଏକ ଲକ୍ଷ ୧୨ହଜାର ଟଙ୍କା ଓ ବ୍ୟାଙ୍କ ଚେକ୍ ଉଦ୍ଧାର ହୋଇଛି । ଗିରଫ ଦୁଇ ଜଣ ହେଲେ ଲାଠୀ ଗାଁର ରାମ ଗୌଡ଼ ଓ ବଳରାମ ଗୌଡ଼ । ଲୁଟର ଶୀକାର ହୋଇଥିବା ନିର୍ମଶ ସିଂହ ପ୍ରତିଦିନ ବିଭିନ୍ନ ବ୍ୟାଙ୍କରେ ନିଜ ବ୍ୟବସାୟ ଟଙ୍କା ଜମା କରୁଥିବା ବେଳେ ଘଟଣା ଦିନ କୌଣସି କାରଣବସତଃ ଟଙ୍କା ଜମା କରି ପାରିନଥିଲେ । ଏଥିପାଇଁ ଅଭିଯୁକ୍ତ ତଥା ନିଜ ଡ୍ରାଇଭର ରାମ ଗୌଡ଼ର ସାହାର‌୍ୟ୍ୟ ନେଇଥିଲେ ।

rupee

ଉଭୟ ବ୍ୟାଙ୍କ ଭିତରେ ଥିବା ବେଳେ ପୂର୍ବ ଯୋଜନା ମୁତ୍ତାବକ ରାମ ନିଜ ସମ୍ପର୍କୀୟ ଭାଇ ବଳରାମଙ୍କୁ ପୂର୍ବକୁ ଧର୍ମନଗରସ୍ଥିନତ କର୍ଣ୍ଣାଟକ ବ୍ୟାଙ୍କ ସମ୍ମୁଖରେ ଥିବା ମୋଟର ସାଇକେଲ ଡିକିରୁ ଟଙ୍କା ଧରି ଫେରାର ହୋଇଯାଇଥିଲା । ତେବେ ପୂର୍ବରୁ ରାମ ମୋଟର ସାଇକେଲର ଏକ ନକଲି ଚାବି କରି ନିଜ ପାଖରେ ରଖିଥିଲା । ଘଟଣା ଦିନ ଟଙ୍କା ଥିବା ଡିକି ଖୋଲି ଆରାମରେ ଟଙ୍କା ଲୁଟ୍ କରିବାରେ ସଫଳ ହୋଇଥିଲେ । ଚୋରୀ ହେବା ପରେ ଏନେଇ ନିର୍ମଳ ସିଂହ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ପୋଲିସ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ।

chor 2

ପ୍ରଥମେ ବ୍ୟାଙ୍କ ସିସି ଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଥିଲା । ଆଜି ଗିରଫ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ତେବେ ପୋଲିସ ଲୁଟ୍ ର ଗୋଟିଏ ଦିନ ମଧ୍ୟରେ ଲୁଟେରାଙ୍କୁ ଗିରଫ ଓ ଲୁଟ୍ ଟଙ୍କା ଉଦ୍ଧାର କରି ପାରିଥିବାରୁ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଲୁଟର ଶୀକାର ହୋଥିବା ବ୍ୟକ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.