ଖାଁ ଖାଁ ପରିବେଶରେ ସରିଲା ଜାଗର ଯାତ୍ରା, ଆରଡିରେ ଭୋର ୪ଟା ୧୦ରେ ଉଠିଲା ମହାଦୀପ

ଚାନ୍ଦବାଲି: ଖାଁ ଖାଁ ପରିବେଶରେ ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠରେ ସରିଲା ଜାଗର ଯାତ୍ରା । ହାତଗଣତି ଭକ୍ତଙ୍କୁ ନେଇ ଭୋର ୪ଟା ୧୦ରେ ମନ୍ଦିର ଚୂଡାକୁ ଉଠିଥିଲା ମହାଦୀପ । ଚଳିତ ବର୍ଷ ପ୍ରଶାସନ କଟକଣା ଜାରି କରିଥିବାରୁ ପୀଠରେ ଗହଳି ଦେଖିବାକୁ ମିଳିନଥିଲା ।

ସେବାୟତମାନେ ପରମ୍ପରା ଓ ରୀତିନୀତି ଅନୁସାରେ ସମସ୍ତ ନୀତିକାନ୍ତି ସମୟରେ ଶେଷ କରିଥିଲେ । କଟକଣା ଯୋଗୁ ଲକ୍ଷାଧିକ ଭକ୍ତ ବାବାଙ୍କ ଅପୂର୍ବ ସୁନାବେଶ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ । ରାତି ୧ଟା ୩୦ରେ ସୁନାବେଶ ଆରମ୍ଭ ହୋଇଥିଲା । ସେବାୟତ ପରିବାର ସହ ୪ଟି ପଞ୍ଚାୟତର କିଛି ଭକ୍ତ ସୁନାବେଶ ଦର୍ଶନ କରିଥଇଲେ । ପରେ ମହାଦୀପ ମନ୍ଦିର ବେଢା ପରିକ୍ରମା କରାଯାଇ ମନ୍ଦିର ଚୂଡାରେ ସ୍ଥାପନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.