Below header

ମହୋଦଧି ଦିବସରେ ବାର୍ତ୍ତା : ବେଳାଭୂମି ସ୍ୱଚ୍ଛତା ଓ କଇଁଛ ସୁରକ୍ଷା

ପୁରୀ (କେନ୍ୟୁଜ୍‌) : ମହୋଦଧିର ସୁରକ୍ଷା ତଥା ଜନସଚେତନତା ସୃଷ୍ଟି ପାଇଁ ଆଜି ପୁରୀ ସମୁଦ୍ରରେ ଅନୁଷ୍ଠିତ ହେଉଛି କାଏକିଂ ରାଲି। ଏଥିସହ ମହୋଦଧି ଦିବସ ମଧ୍ୟ ପାଳନ କରାଯାଇଛି। ଲାଇଟ୍ ହାଉସ ସମ୍ମୁଖ ବେଳାଭୂମିରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ନୀଳାଦ୍ରି ବିଚ୍‌ରେ ଶେଷ ହୋଇଥିଲା। ମହୋଦଧି ଦିବସ ଅବସରରେ ମାରାଥନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ସ୍ବର୍ଣ୍ଣାଭ ପୁରୀ ବେଳାଭୂମିକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ସହ ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସଚେତନ କରିବାକୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଓଡ଼ିଶା ମେରିଟାଇମ୍‌ କଳିଙ୍ଗ ଲାଇଫ୍‌ ସୋସାଇଟି ଏବଂ ପୁରୀ କଳିଙ୍ଗ ସର୍ଫିଂ ଲାଇଫ୍‌ ସେଭିଂ ସୋସାଇଟି ସହଯୋଗରେ ଦି ବେଲ ସଂଗଠନ ପକ୍ଷରୁ ବିରଳ ଅଲିଭ ରିଡଲେ କଇଁଛଙ୍କୁ ବଞ୍ଚାଇବା ତଥା ସମୁଦ୍ର ସୁରକ୍ଷାର ବାର୍ତ୍ତା ଦେଇ ଏହି କାଏକିଂ ରାଲି କରାଯାଇଥିଲା । ଯାହା ବଳିଆପଣ୍ଡା ଲାଇଟ୍ ହାଉସ ଠାରୁ ବାହାରିଥିଲା। ଦୁଇ ସଂଗଠନର ୧୧ ଜଣ ସଦସ୍ୟ ପେଡଲିଂ ବୋଟ ବା କାୟକ୍ ବୋଟ ଯୋଗେ ଗଭୀର ସମୁଦ୍ରରେ ୩ କି.ମି କାଏକିଂ ରାଲି କରି ନୀଳାଦ୍ରି ଵିଚରେ ପହଞ୍ଚିଥିଲେ।

puri-2
ସାଧାରଣତଃ କାଏକିଂ ରାଲି ନଦୀରେ କରାଯାଇଥାଏ। କିନ୍ତୁ ପ୍ରଥମ ଥର ପାଇଁ ପୁରୀ ସମୁଦ୍ରରେ ଏହା କରାଯାଇଛି। save the ocean, save the turtle ବାର୍ତ୍ତା ନେଇ ଏହି କାଏ କିଂ ରାଲି କରାଯାଇଥିଲା। ଏଥିସହ ଆଗାମୀ ଦିନରେ ଏହାକୁ ଏକ ୱାଟର ସ୍ପୋର୍ଟସ୍‌ରେ ପରିଣତ କରାଯାଇ ପାରିବ ବୋଲି ମତ ପ୍ରକାଶ ପାଇଛି। ନୀଳାଦ୍ରି ବିଚ୍‌ରେ କାଏକିଂ ରାଲି ଦଳ ପହଁଚିବା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସେମାନଙ୍କୁ ସ୍ବାଗତ କରିଥିଲେ।

ଏହି ଅବସରରେ ପୁରୀ ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ମା’ମାନଙ୍କ ପାଇଁ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା କରାଯାଇଥିଲା। ଛାତ୍ରଛାତ୍ରୀ, ଅଭିଭାବକ ଓ ସହରର ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ । ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ତଥା ବେଳାଭୂମିକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଶପଥ ନେଇଥିଲେ। ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

puri-3

ପ୍ରତି ବର୍ଷ ମିଳନ ପାଇଁ ପାଇଁ ଆସୁଥିବା ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ଟ୍ରଲର ମାଡ ଓ ଅନ୍ୟାନ୍ୟ କାରଣରୁ ମୃତ୍ୟୁ ଘଟୁଛି। ପ୍ଲାଷ୍ଟିକର ବ୍ୟବହାର ଓ ସମୁଦ୍ର ପ୍ରଦୂଷିତ ହେବା ମଧ୍ୟ ଅନ୍ୟ ଏକ କାରଣ। ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ତଥା ବେଳାଭୂମିକୁ ସ୍ୱଚ୍ଛ ରଖିବା ପାଇଁ ମହୋଦଧି ଦିବସ ପାଳନ ଓ ସଚେତନତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.