ସ୍ୱପ୍ନ ରେ ଗଛ ଦେଖିଲେ ଦେଇଥାଏ ଏମିତି ସଂକେତ, ଜାଣନ୍ତୁ କ’ଣ କୁହେ ସ୍ୱପ୍ନ ଶାସ୍ତ୍ର

ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ । ଫଳରେ ବ୍ୟକ୍ତି ଶୋଇ ପାରିନଥାଏ ।

କିଛି ଏମିତି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ଅଣଦେଖା ନକରି  ଏହାର ଅର୍ଥ ବୁଝିବେ । ବେଳେ ବେଳେ ଲୋକେ ଏମିତି କିଛି ଅଜବ ସ୍ୱପ୍ନ ଦେଖନ୍ତି,ଯାହାର ଅର୍ଥ ବୁଝି ପାରିବା କଷ୍ଟସାଧ୍ୟ ହୋଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ୱପ୍ନ ଶୁଭ କିମ୍ବା ଅଶୁଭ ଫଳ ଆଣିଥାଏ । ନିଦରେ ସ୍ୱପ୍ନ ଦେଖିବା ଅକାରଣ ନୁହେଁ । ବରଂ ସ୍ୱପ୍ନ ଭବିଷ୍ୟତରେ ହେବାକୁ ଥିବା ଶୁଭ ଅଶୁଭ କାର୍ଯ୍ୟର ସୂଚାନ ଦେଇଥାଏ । ସ୍ୱପ୍ନରେ ଗଛ ଦେଖିଲେ କ’ଣ ସଂକେତ ଦେଇଥାଏ, ଆସନ୍ତୁ ଜାଣିବା ।
ସ୍ୱପ୍ନ ରେ ଗଛ ଦେଖିଲେ କ’ଣ ହୁଏ
ସ୍ୱପ୍ନରେ ସବୁଜ ଗଛ ବା ପତ୍ର ଫୁଲରେ ଭରା ଗଛ ଦେଖିଲେ ଆପଣଙ୍କ ଜୀବନରେ ଖୁସୀ ଆଗମନର ସଂକେତ ଦେଇଥାଏ । ପରିବାରରେ ସମସ୍ତେ ଭଲରେ ରହିବେ । ସ୍ୱାସ୍ଥ୍ୟ ଭଲ ରହିବ, କିଛି ଶୁଭ ଖବର ମିଳିପାରେ । ସବୁ କିଛି ଠିକ୍‌ଠାକ୍‌ ରହିବ । ଆପଣଙ୍କର ଚିନ୍ତା ଦୂର ହେବ ।
ଆପଣଙ୍କ ଚିନ୍ତା ଦୂର ହେବ ଓ ଆପଣଙ୍କ ଜୀବନରେ ଭଲ ସମୟ ଆସିବାର ସଂକେତ ଦେଇଥାଏ ସ୍ୱପ୍ନରେ ଗଛ ଦେଖିବା ।
ସ୍ୱପ୍ନରେ ସୁଖିଲା ଗଛ ଦେଖିବା କିମ୍ବା ମରୁଭୂମୀରେ ପତ୍ରହୀନ ଗଛ ଦେଖିବା ଶୁଭ ସଂକେତ ଦେଇନଥାଏ । ଏହା ଆପଣଙ୍କ ଜୀବନରେ ବାଧା ଆଣିଥାଏ । ଆପଣଙ୍କ ଜୀବନରେ ଅସୁବିଧା ଆସିପାରେ କିଛି କ୍ଷତି ହେବାର ସଂକେତ ଦେଇଥାଏ ସ୍ୱପ୍ନରେ ଶୁଖିଲା ଗଛ ଦେଖିବା । ତେଣୁ ପୂର୍ବରୁ ସତର୍କ ରହିବାକୁ ଭଗବାନ ଆପଣଙ୍କୁ ଇଶାରା ଦେଇଥାନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.