ଘରେ କଳା କୁକୁର ପାଳିବା ହୋଇଥାଏ ଶୁଭ, ଦେବା-ଦେବୀ ପ୍ରସନ୍ନ ହେବା ସହ ଗ୍ରହ ଦୋଷ ହୋଇଥାଏ ଦୂର

ସବୁ ପଶୁଙ୍କ ମଧ୍ୟରେ କୁକୁର ବହୁତ ବିଶ୍ୱାସୀ ହୋଇଥାଏ । ଆଜିକାଲି ଅଧିକାଂଶ ଲୋକ ଘରେ କୁକୁର ପାଳନ କରୁଛନ୍ତି । କେହି କେହି କୁକୁରକୁ ନା କେବଳ ସଉକରେ ପାଳୁଛନ୍ତି ବରଂ ଏ ଘରର ଜଣେ ସଦସ୍ୟ ଭାବେ ରହୁଥିବା ଦେଖାଯାଉଛି । କୁକୁର ପାଳନ ଦ୍ୱାରା କୁଣ୍ଡଳୀରେ କେତେକ ଗ୍ରହ ଦୋଷ ଦୂର ହେବା ସହ ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଲାଲ କିତାବ ଓ ଶାସ୍ତ୍ରରେ ଶନି ଓ କେତୁ ଗ୍ରହକୁ ମଜବୁତ କରିବା ପାଇଁ କଳା କୁକୁର ପାଳନ ଶୁଭ ମନାଯାଇଥାଏ । ଯେଉଁଠି କଳ କୁକୁର ରହିଥାଏ, ସେଠାରେ ନକରାତ୍ମକ ଶକ୍ତି ରହିନଥାଏ ।

ଘରେ କଳା କୁକୁର ପାଳନରେ ଶୁଭ

• ସନ୍ତାନ ସୁଖ ପ୍ରାପ୍ତି ପାଇଁ – ଲାଲ କିତାବ ଅନୁସାରେ ସନ୍ତାନ ସୁଖରେ ଯଦି କୌଣସି ପ୍ରକାର ବାଧା ଆସୁଥାଏ ତ ଘରେ କଳା କୁକୁର ପାଳନ କରିବା ଉଚିତ୍‌ । ଏହାଦ୍ୱାରା ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ ।

• ଧନ ସମ୍ପର୍କିତ ଅସୁବିଧା ପାଇଁ – ଯେଉଁ ଘରେ କଳା କୁକୁର ରହିଥାଏ, ସେଠାରେ କେବେ ବି ଆର୍ଥିକ ସଂକଟର ସାମ୍ନା କରିବାକୁ ପଡିନଥାଏ । କୁକୁର ପାଳନ ଦ୍ୱାର ଅଟକି ଥିବା ଅର୍ଥ ମଧ୍ୟ ଫେରି ଆସିଥାଏ । ଚାକିରି ଓ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଆସିଥାଏ ।

• ଗ୍ରହ ଦୋଷ ହୋଇଥାଏ ଦୂର- ଜ୍ୟୋତିଷ ଶାସ୍ତ୍ରରେ କଳା କୁକୁର କେତୁ ଗ୍ରହର ପ୍ରତୀକ ହୋଇଥାନ୍ତି । କଳା କୁକୁର ପାଳନ ଓ ସେବା ଦ୍ୱାରା କେତୁ ଗ୍ରହ ଅଶୁଭ ପ୍ରଭାବ ନଷ୍ଟ ହୋଇଥାଏ । କୁହାଯାଏ ଯେଉଁ କୁକୁରର ନଖ ସଂଖ୍ୟା ୨୨ ବା ତହିଁରୁ ଅଧିକ,ସେ କେତୁ ଗ୍ରହର ରୂପ ହୋଇଥାଏ । କଳା କୁକୁର ପାଳନରେ ଭୈରବ ବାବା ପ୍ରସନ୍ନ ହୋଇଥାନ୍ତି । କଳା କୁକୁର ପାଳନ କଲେ ଶନିଙ୍କ ସାଢ଼େ ସାତି ଓ ଦେଢ଼୍ୟା ସମାପ୍ତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.