ଘଟଗାଁ ଡବଲ ମର୍ଡର ମିଷ୍ଟ୍ରୀର ଖୁଲାସା: ଦମ୍ପତିଙ୍କୁ ହତ୍ୟା ଘଟଣାରେ ପୁତୁରା ଓ ସୁପାରୀ କିଲର୍ ଗିରଫ

ଘଟଗାଁ(କେନ୍ୟୁଜ୍): ଡବଲ ମର୍ଡର ମିଷ୍ଟ୍ରୀର ଖୁଲାସା କଲା ପୋଲିସ୍ । ଦମ୍ପତିଙ୍କୁ ନୃଶଂସ ହତ୍ୟା ଘଟଣାରେ ପୁତୁରା ଓ ସୁପାରୀ କିଲର୍ ଗିରଫ । ଗତ ଶନିବାର ଦୈତାରୀ ଥାନା ରାସୋଳ ଝୁମୁକିପାଟିଆ ସାହିରେ ଘଟିଥିବା ହତ୍ୟାକାଣ୍ଡରେ ପୁତୁରା ଧନେଶ୍ଵର ମୁର୍ମୁ ଓ ସୁପାରୀ କିଲର୍ ରବି ହେମ୍ବ୍ରମଙ୍କୁ ଗିରଫ କରିଛି ପୋଲିସ୍ । ଏ ସମ୍ପର୍କରେ ଘଟଗାଁ SDPO ସବିଶେଷ ସୂଚନା ଦେଇଛନ୍ତି ।

ଦମ୍ପତିଙ୍କୁ ହତ୍ୟା ପରେ, ପୋଲିସ୍ ୨ଟି ଟିମ୍ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସନ୍ଦେହରେ ମୃତକଙ୍କ ପୁତୁରା ଧନେଶ୍ଵର ମୁର୍ମୁକୁ ପଚରାଉଚୁରା କରିଥିଲା ପୋଲିସ୍ । ସେ ଓ ମହାବୀରପଶିର ରବି ହେମ୍ବ୍ରମ୍ ମିଶି ଦମ୍ପତିଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଥିଲେ ଧନେଶ୍ଵର । ମୃତ ବାହାଡା ମୁର୍ମୁଙ୍କ ସହିତ ପୁତୁରା ଧନେଶ୍ଵରର ପୂର୍ବ ଶତ୍ରୁତା ସହିତ କିଛି ଜମିବାଡ଼ି ବିବାଦ ରହିଥିଲା ।

 

ଏଥିସହିତ, ଧନେଶ୍ଵରଙ୍କ ବାପାଙ୍କର ସ୍ଵାସ୍ଥ୍ୟ ଖରାପ ରହୁଥିବା ଯୋଗୁଁ, ପୂଜକ ବାହାଡ଼ାଙ୍କର ଏଥିରେ ପ୍ରଚ୍ଛନ୍ନ ହାତ ଥିବା ଭାବି, ବାହାଡ଼ା ମୁର୍ମୁଙ୍କୁ ମାରିବା ପାଇଁ ଧନେଶ୍ଵର ୩ ମାସ ପୂର୍ବରୁ ସୁପାରୀ କିଲର୍ ରବି ହେମ୍ବ୍ରମଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ । ଘଟଣା ଦିନ ଉଭୟ ମିଶି ଏକ ଟାଙ୍ଗିଆ ସାହାଯ୍ୟରେ ବାହାଡ଼ା ମୁର୍ମୁ ଓ ସ୍ତ୍ରୀ ଧାନୀ ମୁର୍ମୁଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.