Below header

ଆଠଗଡ଼ ଭୀରୁଡ଼ା ଛକ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଆଠଗଡ଼(କେନ୍ୟୁଜ୍):  ଆଠଗଡ଼ ତିଗିରିଆ ଥାନା ଭୀରୁଡ଼ା ଛକ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ। ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଜୀବନାନନ୍ଦ ମଲ୍ଲିକକୁ ପୁରୀ ସ୍ୱର୍ଗଦ୍ୱାର ନିକଟରୁ ଗିରଫ କରାଯାଇଛି। ବିଶେଷସୂତ୍ରରୁ ଖବର ପାଇ ଆଠଗଡ଼ ଏସଡିପିଓ ଓ ତିଗିରିଆ ପୋଲିସ ଚଢଉ କରି ଜୀବନାନନ୍ଦକୁ ଗିରଫ କରିଛି। ଏନେଇ ଆଠଗଡ଼ ଡିଏସପି ସୂଚନା ଦେଇଛନ୍ତି। ଆଜି ସକାଳେ ହତ୍ୟାରେ ବ୍ୟବହାର ହୋଇଥିବା ଟ୍ରକକୁ ତାଳଚେର ଅଞ୍ଚଳର ଏକ ନିଛାଟିଆ ସ୍ଥାନରୁ ଜବତ କରିଥିଲା ତିଗିରିଆ ପୋଲିସ।

ଗତ ସାତ ତାରିଖରେ ପୂର୍ବ ଶତ୍ରୁତାରୁ ପାଞ୍ଚରୁ ଛଅ ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିବା ସହ ଗାଡ଼ି ଚଢ଼ାଇ ଦୁଇ ଭାଇଙ୍କୁ ହତ୍ୟା କରିଥିଲେ । ମୃତକ ଦୁଇ ଜଣ ହେଲେ ଭିରୁଡ଼ା ଗରପଡ଼ାର ଦୁଇ ଭାଇ ଶରତ ଦେହୁରୀ ଏବଂ ଲକ୍ଷ୍ମଣ ଦେହୁରୀ । ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରୁ ଜଣେ ଅଳ୍ପକେ ବର୍ତ୍ତି ଯାଇଥିଲେ । ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ କରିବା ପରେ ବାର ଚକିଆ ଟ୍ରକ ଚଢାଇ ଅତି ନୃଶଂସ ଭାବେ ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.