Below header

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ଜାଣନ୍ତୁ କିଏ କେଉଁ ଦାୟିତ୍ୱ ପାଇଲେ

ସଞ୍ଜୀବ ପଣ୍ଡା ନୂଆ ପୋଲିସ କମିସନର ଓ ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଗୁଇନ୍ଦା ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌) : ସଞ୍ଜୀବ ପଣ୍ଡା ହେଲେ ନୂଆ ପୋଲିସ କମିସନର। ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଆଇପିଏସ ସ୍ତରରେ ଏଭଳି ଏକ ବଡ଼ ଧରଣର ଅଦଳ ବଦଳ ହୋଇଛି। କନୱର ବିଶାଲ ସିଂ କଟକ ଡିସିପି ଏବଂ ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ବଦଳି କରାଯାଇଛି ।

ସେହିପରି ବରିଷ୍ଠ ଆଇପିଏସ୍‌ ହିମାଂଶୁ ଲାଲ ଉତ୍ତରାଞ୍ଚଳ ଆଇଜି ଭାବେ ବଦଳି ହୋଇଛନ୍ତି । ଡ. ଦୀପକ କୁମାର ଆଇଜି-ଏନସିଆର ସହିତ ପିଟିସି ଅନୁଗୋଳର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ସତ୍ୟବ୍ରତ ଭୋଇ ଆଇଜି ଇଷ୍ଟର୍ଣ୍ଣ ରେଞ୍ଜ ଭାବେ ବଦଳି ହୋଇଛନ୍ତି । ବିବେକାନନ୍ଦ ଶର୍ମାଙ୍କୁ ପୋଲିସ୍‌ ମୁଖ୍ୟାଳୟକୁ ବଦଳି କରାଯାଇଛି । ସନ୍ଦୀପ ସମ୍ପତ ଢେଙ୍କାନାଳ ଏସପି, ଯୁଗଳ କିଶୋର କେନ୍ଦ୍ରାପଡ଼ା ଏସପି ଭାବେ ବଦଳି ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.