କନଫ୍ୟୁଜ୍‌ କରୁଛନ୍ତି ଅରିନ୍ଦମ ! ବିଜେଡିର ସାଧାରଣ ସମ୍ପାଦକ ଥାଇ କେବେ ବିଜେପି ଓ କେବେ କଂଗ୍ରେସ ସହ

ସିନେ ତାରକା ତଥା ବିଜେଡିର ସାଧାରଣ ସମ୍ପାଦକ ଅରିନ୍ଦମ ରାଏ ଆଜି କଟକ ବକ୍ସି ବଜାର ଛକରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ଗତକାଲି ନେତାଜୀ ଜୟନ୍ତୀ ଅବସରରେ ଆୟୋଜିତ ମଶାଲ ଶୋଭାଯାତ୍ରାରେ ମତେ କାହିଁକି ଡକା ଯାଇ ନ ଥିଲା, ମୁଁ କାହିଁକି ସେଠି ନ ଥିଲି, ସେ କଥା ସେମାନଙ୍କୁ ପଚାରିଲେ ଭଲ। ତାର ଉତ୍ତର ସେଇମାନେ ହିଁ ଦେଇ ପାରିବେ ।

କଟକ : କେତେବେଳେ ବିଜେପି ପୁଣି କେତେବେଳେ କଂଗ୍ରେସ ଶିବିରରେ ଓଲିଉଡ୍‌ ଷ୍ଟାର ଅରିନ୍ଦମ । ତାଙ୍କର ଏଭଳି ଗତିକୁ ନେଇ ସେ ପୁଣି ଚର୍ଚ୍ଚାରେ । ସିନେ ତାରକା ତଥା ବିଜେଡିର ସାଧାରଣ ସମ୍ପାଦକ ଅରିନ୍ଦମ ରାଏ ଆଜି କଟକ ବକ୍ସି ବଜାର ଛକରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ଗତକାଲି ନେତାଜୀ ଜୟନ୍ତୀ ଅବସରରେ ଆୟୋଜିତ ମଶାଲ ଶୋଭାଯାତ୍ରାରେ ମତେ କାହିଁକି ଡକା ଯାଇ ନ ଥିଲା, ମୁଁ କାହିଁକି ସେଠି ନ ଥିଲି, ସେ କଥା ସେମାନଙ୍କୁ ପଚାରିଲେ ଭଲ। ତାର ଉତ୍ତର ସେଇମାନେ ହିଁ ଦେଇ ପାରିବେ । ମୋତେ ଯେଉଁଠାକୁ ଡକା ଯାଏ ମୁଁ ସେଠାକୁ ଯାଏ ବୋଲି ଅରିନ୍ଦମ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଜି ବାରବାଟୀ-କଟକର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ମଧ୍ୟ ଯୋଗ ଦେଇଥିଲେ। ଗତକାଲିର ଘଟଣାକୁ ନେଇ ମଧ୍ୟ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ମଙ୍ଗଳବାର ଦିନ ଅନୁଷ୍ଠିତ ମଶାଲ ରାଲି ଏକ ଦଳୀୟ କାର୍ଯ୍ୟକ୍ରମ ନ ଥିଲା ବୋଲି କହିଛନ୍ତି।

ଯଦି ଟିକେଟ ମିଳେ, କଟକ-ବାରବାଟୀ ଆସନରୁ ଅରିନ୍ଦମ ଲଢ଼ିବା ନେଇ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ପ୍ରଶ୍ନର ଉତ୍ତର ରଖିଥିଲେ ଦେବାଶିଷ । ସେ କହିଛନ୍ତି ଯେ ଦଳରୁ ଟିକେଟ ମିଳିଲେ ଲଢ଼ିବାକୁ କାହାକୁ ମନା ନାହିଁ। ରାଜନୀତି ଅଲଗା, ବ୍ୟକ୍ତିଗତ ସମ୍ପର୍କ ଅଲଗା। ଅରିନ୍ଦମ ମୋ ସାନ ଭାଇ ପରି। ଗଣମାଧ୍ୟମ ସବୁ ବିଷୟରେ ରାଜନୀତି ପୂରାଇବା ଉଚିତ ନୁହେଁ ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ।

ବାରବାଟି-କଟକରୁ ଟିକେଟ ମିଳିଲେ ଲଢ଼ିବି ବୋଲି କହିଛନ୍ତି ଅରିନ୍ଦମ। ଯଦି ନ ମିଳେ ତେବେ କଟକବାସୀ ଯାହା ମତ ଦେବେ ବା କହିବେ ତାହା କରିବି ବୋଲି ପ୍ରତିକ୍ରିୟା ରଖିଛନ୍ତି ଅରିନ୍ଦମ। ତେବେ ଏସବୁ ସମୟ ଉପରେ ଛାଡି ଦେବା ଉଚିତ ବୋଲି କହିଛନ୍ତି। ଟିକେଟ ମିଳିଲେ ଦେବାଶିଷ ସାମନ୍ତରାୟ ମୋତେ ସମର୍ଥନ କରିବେ ବୋଲି ଯଦି କହୁଛନ୍ତି, ତାହା ଭଲ କଥା ବୋଲି ଅରିନ୍ଦମ କହିଛନ୍ତି।

ନେତାଜୀ ଜନ୍ମ ତିଥି ଅବସରରେ ସୁଭାଷ ସଙ୍ଗଠନ ପକ୍ଷରୁ କଟକ ସହରରେ ନେତାଜୀଙ୍କ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ କଟକରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ପାଖାପାଖି ୧୨୭ ଫୁଟ୍ ଲମ୍ବର ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ କଟକର ବିଭିନ୍ନ ଅଗ୍ରଣୀ ସଙ୍ଗଠନ ସଦସ୍ୟ ମାନେ ସାମିଲ ହୋଇଥିଲେ । ଏହି ତ୍ରିରଙ୍ଗା ଶୋଭାଯାତ୍ରା ଦୋଳମୁଣ୍ଡାଇ ଛକ ନିକଟରୁ ବାହାରି ସହରର ପ୍ରମୁଖ ଛକ ସବୁ ଦେଇ କଲେଜଛକଠାରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ପାଖରେ ଶେଷ ହୋଇଥିଲା। ଏଥିରେ କଟକର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସହ ଓଡ଼ିଆ ସିନେ ଅଭିନେତା ଅରିନ୍ଦମ ରାୟ, ବିଧାୟକ ମହମ୍ମଦ ପ୍ରମୁଖ ମୋକିମ ଯୋଗ ଦେଇଥିଲେ । ଆଗାମୀ ଦିନରେ ଯୁବପିଢିମାନେ କିଭଳି ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବେ ଏ ନେଇ ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।

ତେବେ ମୋକିମଙ୍କ ସହ ତାଙ୍କ ଅନ୍ତରଙ୍ଗ ଆଳପକୁ ନେଇ ଉଠିଛି ପ୍ରଶ୍ନ । ପୂର୍ବରୁ ଅରିନ୍ଦମ ରେଳମନ୍ତ୍ରୀ ତଥା ବିଜେପି ନେତା ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ରୁଦ୍ଧଦ୍ୱାର ବୈଠକ କରିବା ଏବଂ ପରେ ସଦ୍ୟ ନିଲମ୍ବନ ଉଠିଥିବା ବରିଷ୍ଠ କଂଗ୍ରେସ ନେତା ମୋକିମଙ୍କ ସହ ନିକଟତର ହେବା ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଅଭିନେତାରୁ ନେତା ବନିଥିବା ଅରିନ୍ଦମଙ୍କ ରାଜନୈତିକ ଲକ୍ଷ୍ୟ କଣ ଏବଂ ସେ ପ୍ରକୃତରେ ଏସବୁ ଜରିଆରେ ବିଜେଡିକୁ ନା ଅନ୍ୟ କାହାକୁ କିଛି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ହୋଇନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.