Below header

ଶିମିଳିପାଳରେ ହେବ ପ୍ରଥମ କଳା ବାଘ ସଫାରୀ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଖୁବ ଶୀଘ୍ର ଓଡ଼ିଶାରେ ପ୍ରତିଷ୍ଠା ହେବ କଳାବାଘ ସଫାରି ।

ଭୁବନେଶ୍ୱର : ଖୁବ ଶୀଘ୍ର ଓଡ଼ିଶାରେ ପ୍ରତିଷ୍ଠା ହେବ କଳାବାଘ ସଫାରି । ମୟୂରଭଞ୍ଜ ଶିମିଳିପାରେ ପ୍ରତିଷ୍ଠା ହେବ ସଫାରି । ବିଶ୍ବର ପ୍ରଥମ କଳାବାଘ ସଫାରି ପ୍ରତିଷ୍ଠା ହେବ । ଏଥିପାଇଁ NH-୧୮ ନିକଟରେ ୨୦୦ ହେକ୍ଟର ଏରିଆ ଚିହ୍ନଟ ହୋଇଛି । ଶିମିଳିପାଳ ଅଭୟାରଣ୍ୟଠାରୁ ୧୫ କିମି ଦୂରରେ ପ୍ରତିଷ୍ଠା ହେବ ।

କେବଳ ଓଡ଼ିଶାରେ ହିଁ ଦେଖା ଯାଆନ୍ତି ବିରଳ କଳାବାଘ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜର ଶିମିଳିପାଳ ଟାଇଗର ରିଜର୍ଭ ନିକଟରେ ଓଡ଼ିଶା ଏକ ସ୍ବତନ୍ତ୍ର ମେଲାନିଷ୍ଟିକ୍ ଟାଇଗର ସଫାରି ସ୍ଥାପନ କରୁଛି ବୋଲି ଘୋଷଣା କରି ଖୁସି। ପର୍ଯ୍ୟଟକ ଏବଂ ପରିଦର୍ଶକମାନେ ବର୍ତ୍ତମାନ କେବଳ ଓଡ଼ିଶାରେ ମିଳୁଥିବା ବିରଳ ତଥା ମହାନ ପ୍ରଜାତିର ଏହି ବାଘଙ୍କ ଝଲକ ପାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.