Below header

ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁଙ୍କୁ ଦର୍ଶନ କଲେ ହନୁମାନ 

ମଙ୍ଗଳବାର ସନ୍ଧ୍ୟା ୫.୩୦ ସମୟରେ ଗୋଟିଏ ମାଙ୍କଡ଼ ମନ୍ଦିରର ଭିତରକୁ ପ୍ରବେଶ କରିଥିଲା । ଏହା ଦେଖି ସମସ୍ତ ଭକ୍ତଗଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସମସ୍ତେ ଜୟ ଶ୍ରୀରାମ ଜୟ ହନୁମାନ କହିଥିଲେ । ସ୍ବୟଂ ହନୁମାନ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବା ପାଇଁ ଆସିଥିବା କହିଛନ୍ତି ମନ୍ଦିରର ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀ।

ଦୀର୍ଘ ଦିନର ଅପେକ୍ଷା ପରେ ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି । ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତ ମାନଙ୍କର ସୁଅ ଛୁଟିଛି । ଜୟ ଶ୍ରୀରାମ ଧ୍ୱନିରେ କମ୍ପୁଥିଲା ପୂରା ପରିବେଶ । ଏହି ସମୟରେ ଅଯୋଧ୍ୟାରେ ଅଲୌକିକ ଘଟଣା ଦେଖିବାକୁ ମିଳିଥିଲା । ଯେଉଁ ଦୃଶ୍ୟ ଦେଖିବା ପରେ ଭକ୍ତମାନେ ଆଶ୍ଚର୍ଯ୍ୟ ଭାବବିହ୍ଵଳ ହୋଇଯାଇଛନ୍ତି । ଏ ଦୃଶ୍ୟ ଦେଖି କିଛି କ୍ଷଣ ପାଇଁ ଭକ୍ତମାନେ ସ୍ତବ୍ଧ ହୋଇଯାଇଥିଲେ । ସମସ୍ତେ ପଛକୁ ବୁଲି ଚାହିଁଥିଲେ । ତା ପରେ ଯାହା ଦେଖିଥିଲେ ତାଙ୍କ ମୁହଁରୁ କେବଳ ଗୋଟିଏ ଧ୍ୱନି କମ୍ପି ଉଠୁଥିଲା । ଶ୍ରୀରାମ ଜୟ ହନୁମାନ…।

ମଙ୍ଗଳବାର ସନ୍ଧ୍ୟା ୫.୩୦ ସମୟରେ ଗୋଟିଏ ମାଙ୍କଡ଼ ମନ୍ଦିରର ଭିତରକୁ ପ୍ରବେଶ କରିଥିଲା । ଏହା ଦେଖି ସମସ୍ତ ଭକ୍ତଗଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସମସ୍ତେ ଜୟ ଶ୍ରୀରାମ ଜୟ ହନୁମାନ କହିଥିଲେ । ସ୍ବୟଂ ହନୁମାନ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବା ପାଇଁ ଆସିଥିବା କହିଛନ୍ତି ମନ୍ଦିରର ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀ। ମାଙ୍କଡ଼ଟି ଦକ୍ଷିଣ ଦ୍ୱାର ଦେଇ ଗର୍ଭଗୃହରେ ପ୍ରବେଶ କରି ରାମଲାଲାଙ୍କ ମୂର୍ତ୍ତି ପାଖରେ ଯାଇ ପହଞ୍ଚିଥିଲା। ମାଙ୍କଡ଼ଟି ରାମଲାଲାଙ୍କ ମୂର୍ତ୍ତି ତଳେ ପକାଇ ଦେବ ବୋଲି ଆଶଙ୍କା କରି ସୁରକ୍ଷାକର୍ମୀ ମାଙ୍କଡ଼ ପାଖକୁ ଧାଇଁ ଆସିଥିଲେ ହେଲେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ମାଙ୍କଡ଼ଟି ରାମଲାଲାଙ୍କ ମୂର୍ତ୍ତିକୁ ଏକ ଲୟରେ ଶାନ୍ତଚିତ୍ତରେ ଚାହିଁରହିଥିଲେ । ତେବେ ରାମଲାଲାଙ୍କ ମୂର୍ତ୍ତିକୁ ତଳେ ପକାଇ ଦେବ ବୋଲି ଆଶଙ୍କା କରି ବାହାରେ ମୁତୟନ ଥିବା ସୁରକ୍ଷା କର୍ମୀମାନେ ମାଙ୍କଡ଼କୁ ରୋକିବା ପାଇଁ ଦୌଡ଼ିଥିଲେ । କିନ୍ତୁ ମାଙ୍କଡ଼ ପୁଲିସକୁ ଆସିବା ଦେଖି ଶାନ୍ତ ଭାବରେ ଉତ୍ତର ଫାଟକ ଆଡକୁ ଚାଲି ଚାଲି ଯାଇଥିଲା। ଫାଟକ ବନ୍ଦ ଥିବାରୁ ସେ ପୂର୍ବ ଦିଗରେ ଥିବା ଫାଟକ ଆଡକୁ ଯାଇ ବାହାରକୁ ଚାଲି ଯାଇଥିଲା। ଆଉ ମାଙ୍କଡ଼ର ଏପରି କାର୍ଯ୍ୟକଳାପ ଦେଖି ସମସ୍ତେ ବିସ୍ମିତ ହୋଇଯାଇଥିଲେ । ପୂର୍ବ ଦରବାରରେ ଭକ୍ତଙ୍କ ସମାଗମ ଥିଲେ ବି ସେ କାହାକୁ କ୍ଷତି ପହଞ୍ଚାଇ ନଥିଲା।

ସତରେ ସେହି ମୁହୂର୍ତ୍ତରେ ଅଯୋଧ୍ୟାରେ ଅତି ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା । ସବୁ ଭକ୍ତଙ୍କ ଆଖିରୁ ଧାର ଧାର ଲୁହ ଝରିପଡ଼ିଥିଲା । ସମସ୍ତେ ରାମଲାଲାଙ୍କ ଦର୍ଶନ ସହ ହନୁମାନଙ୍କ ଦର୍ଶନ ପାଇ ବହୁତ ଖୁସି ହୋଇଯାଇଥିଲେ । ଆଉ ଭଗବାନଙ୍କ ସୁନ୍ଦର ଓ ଦିବ୍ୟ ମୂର୍ତ୍ତି ସମସ୍ତଙ୍କୁ ମୋହିତ କରିଥିଲା । ସମସ୍ତଙ୍କ ମୁଖରୁ ଜୟ ହୁନମାନ୍‌ ଜୀ … ଜୟ ହନୁମାନ୍‌ ଜୀ ବାହାରିଥିଲା ।
ତେବେ ଏହି ଘଟଣାକୁ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି । ପୋଷ୍ଟରେ ଲେଖାଯାଇଛି ଯେ, ଆଜି ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଘଟିଥିବା ଏକ ସୁନ୍ଦର ଘଟଣାର ବର୍ଣ୍ଣନା । ସନ୍ଧ୍ୟା ପ୍ରାୟ ୫.୩୦ରେ ଏକ ମାଙ୍କଡ଼ ଦକ୍ଷିଣ ଦ୍ୱାର ଦେଇ ଗର୍ଭଗୃହରେ ପ୍ରବେଶ କରିଛି । ସୁରକ୍ଷାକର୍ମୀ କହିଛନ୍ତି ଯେ, ଆମକୁ ଲାଗିଲା ସତେ ଯେମିତି ହନୁମାନ ଭଗବାନ୍‌ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.