ପଶ୍ଚିମବଙ୍ଗ: ମମତା ବାନାର୍ଜୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ମୁଖ୍ୟମନ୍ତ୍ରୀ ଆହତ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସିଏମ୍ ଆହତ ହୋଇଛନ୍ତି । ତାଙ୍କୁ ହାଲୁକା ଆଘାତ ଲାଗିଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସିଏମ୍ ଆହତ ହୋଇଛନ୍ତି । ତାଙ୍କୁ ହାଲୁକା ଆଘାତ ଲାଗିଛି । ଅନ୍ୟ ଏକ ଗାଡ଼ି ସହ ଧକ୍କାରୁ ବଞ୍ଚାଇବା ପାଇଁ ମମତା ବାନାର୍ଜୀଙ୍କ କାର୍ ହଠାତ୍ ବ୍ରେକ୍ ମାରିଥିଲା, ଯେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ରିପୋର୍ଟ ମୁତାବକ, ବର୍ଦ୍ଧମାନରୁ କୋଲକାତା ଫେରୁଥିବା ସମୟରେ ସିଏମ୍ଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍କେଡ ସାମ୍ନାକୁ ହଠାତ୍ ଏକ କାର୍ ଚାଲିଆସିଥିଲା । ଫଳରେ ତାଙ୍କ ଗାଡ଼ି ଚାଳକ ହଠାତ୍ ବ୍ରେକ୍ ମାରିଥିଲେ ।
କହି ରଖୁଛୁ, ଖରାପ ପାଣିପାଗ ହେତୁ ସିଏମ୍ ହେଲିକପ୍ଟର ଯୋଗେ ଯାତ୍ରା କରୁ ନ ଥିଲେ । ଏହାପୂର୍ବରୁ ଗତବର୍ଷ ଜୁନ୍ରେ ମଧ୍ୟ ମମତା ବାନାର୍ଜୀଙ୍କର ଦୁର୍ଘଟଣା ଘଟିଥିଲା । ଏଥିରେ ସେ ଆହତ ହୋଇଥିଲେ । ସିଏମ୍ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଜାଲପାଇଗୁଡ଼ିରେ ରାଲି ପରେ ବାଗଡୋଗରା ବିମାନବନ୍ଦର ଯାଉଥିଲେ । ଏହି ସମୟରେ ତାଙ୍କ ହେଲିକପ୍ଟର ବୈକୁଣ୍ଠପୁରର ଜଙ୍ଗଲ ନିକଟରେ ଖରାପ ପାଣିପାଗ ଅଞ୍ଚଳରେ ପହଞ୍ଚିଯାଇଥିଲା ।
ଏହାପରେ ହେଲିକପ୍ଟରର ଜରୁରୀ ଅବତରଣ କରାଯାଇଥିଲା ଏବଂ ଏହି ସମୟରେ ମମତା ବାନାର୍ଜୀଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଥିଲା ।