Below header

ବନ୍ଦ ହେଉ ଚରିତ୍ର ସଂହାର, ତୁରନ୍ତ ଶେଷ ହେଉ ତଦନ୍ତ: ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଲେ ମମିତାଙ୍କ ପରିବାର

କଟକ(କେନ୍ଯୁଜ୍): ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଲେ ମମିତାଙ୍କ ପରିବାର । ତଦନ୍ତ ତୁରନ୍ତ ଶେଷ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ବାପା ସୁଚନ୍ଦ୍ର ମେହେର ଓ ଭାଇ ବଣ୍ଟି ମେହେର । ମମିତାଙ୍କ ହତ୍ୟା ପରେ ତାଙ୍କ ପରିବାର ଅତ୍ୟନ୍ତ ସମ୍ବେଦନଶୀଳ ପରିସ୍ଥିତି ଦେଇ ଗତି କରୁଛନ୍ତି । ରାଜନୈତିକ ଦଳ ଓ ଗଣମାଧ୍ୟମ ତାଙ୍କ ପରିବାରର ଗୋପନୀୟତାରେ ହସ୍ତକ୍ଷେପ କରିବାରେ ଲାଗିଛନ୍ତି ।

ତାଙ୍କ ପରିବାରର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରାଯାଉଛି । ମୃତ ମମିତାଙ୍କ ଚରିତ୍ର ସଂହାର ଭଳି ଚର୍ଚ୍ଚା ଆଲୋଚନା ଚାଲିଛି । ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଥିଲେ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ସୁଚନ୍ଦ୍ର ଓ ବଣ୍ଟି ଅନୁରୋଧ କରିଛନ୍ତି । ମମିତା ହତ୍ୟା ମାମଲର ଶୀଘ୍ର ତଦନ୍ତ ସାରି ଚାର୍ଜସିଟ୍‌ ଦାଖଲ ହେଉ । ନହେଲେ ପ୍ରତିିଦିନ ମିଡିଆ ଟ୍ରାଏଲ୍‌ ହେଉଛି । ଗୋବିନ୍ଦ ସାହୁ ସହ ମମିତା କେବେ ବି ରାୟପୁର ଯାଇନାହିଁ ବୋଲି କହିଛନ୍ତି ମମିତାଙ୍କ ବାପା ଓ ଭାଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.