Below header

ଢେଙ୍କାନାଳ କଣ୍ଟାନାଳି ବସ୍ତି ଅଞ୍ଚଳରେ ୩ ବର୍ଷର ଝିଅକୁ ଚୋରି ଉଦ୍ୟମ ଅଭିଯୋଗ, ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସକୁ ହସ୍ତାନ୍ତର କଲେ ଲୋକେ

ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା କଣ୍ଟାନାଳି ବସ୍ତି ଅଞ୍ଚଳରେ ପିଲା ଚୋର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ବାସିନ୍ଦା ଅଟକ ରଖି ଟାଉନ୍‌ ପୋଲିସକୁ ହସ୍ତାନ୍ତର କରିଛନ୍ତି। ବିଚିତ୍ର ଦେହୁରୀଙ୍କ ଘରେ ପଶି ତାଙ୍କର ୩ ବର୍ଷର ଝିଅକୁ ଚୋରି ଉଦ୍ୟମ ଅଭିଯୋଗ ହୋଇଛି।

ଏହି ସମୟରେ ବାପା, ମାଆ ଓ ସ୍ଥାନୀୟ ଲୋକ ପିଲା ଚୋରକୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ପୋଲିସ ଅନୁସନ୍ଧାନରରୁ ଅଭିଯୁକ୍ତର ଘର ରାଉରକେଲା ଅଞ୍ଚଳର ବୋଲି ସୂଚନା ମିଳିଛି। ତାର ପରିବାରବର୍ଗଙ୍କୁ ଯୋଗାଯୋଗ କରାଯାଇଛି। ଅଭିଯୁକ୍ତ ଗତ ଆଠ ଦିନ ଧରି ଘରୁ ପଳାଇ ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.