ଗୁଗଲ ସବୁଦିନ ପାଇଁ ସର୍ଭରରୁ ଡିଲିଟ କରିଦେବ ଏହି ସର୍ଭିସ, ବ୍ଯାକ୍ଅପ୍ ନେବାର ଶେଷ ସୁଯୋଗ

ଗୁଗଲ ବହୁତ ଜଲଦି ନିଜର ଆଉ ଏକ ସର୍ଭିସ ବନ୍ଦ କରିବାକୁ ଯାଉଛି। ଖୁବଶୀଘ୍ର ଏହି ଗୁଗଲ ସର୍ଭିସକୁ ବନ୍ଦ କରିବା ଦ୍ବାରା ଆପଣଙ୍କ ସଂପୂର୍ଣ୍ଣ ଡାଟା ଡିଲିଟ୍ କରିଦେବ। ଯଦି ଆପଣଙ୍କର ଏହି ସିର୍ଭସରେ କୌଣସି ଗୁରୁତ୍ବପୂର୍ଣ୍ଣ ଡାଟା ରହିଛି, ତେବେ ଜଲଦି ଡାଟାର ବ୍ଯାକ୍ଅପ୍ ନେଇଯାଆନ୍ତୁ।

ଗତ ଡିସେମ୍ବରରେ ଗୁଗଲ ନିଜର ପ୍ଲେ ମ୍ଯୁଜିକ ସର୍ଭିସକୁ ବନ୍ଦ କରିଦେଇଥିଲା। ଏବେ ଏହି ସର୍ଭିସକୁ ସର୍ଭରରୁ ଡିଲିଟ କରିଦେବ। ଏଥିପାଇଁ ସମସ୍ତ ୟୁଜର୍ସଙ୍କୁ ସୂଚନା ଦିଆଯାଇଛି ଯେ, ୨୪ ଫେବ୍ରୁଆରୀ ପୂର୍ବରୁ ପ୍ଲେ ମ୍ଯୁଜିକରୁ ନିଜର ସବୁ ଡାଟା ହଟାଇଦିଅନ୍ତୁ। ଏହା ପରେ କମ୍ପାନୀ ଏହି ସର୍ଭିସକୁ ନିଜ ସର୍ଭରରୁ ମଧ୍ୟ ଡିଲିଟ କରିଦେବ। ଆପଣ ଆଗକୁ ଯଦି ଚାହିଁବେ ଆଉ ନିଜର ଡାଟା ନେଇପାରିବେ ନାହିଁ।

ଅନେକ ୟୁଜର୍ସ ନିଜର ମ୍ଯୁଜିକ ଲାଇବ୍ରେରୀ, ଦେଣନେଣ ଏବଂ ମ୍ଯୁଜିକ ଫାଇଲ୍ସକୁ ପ୍ଲେ ମ୍ଯୁଜିକରେ ଅପଲୋଡ କରିଥିଲେ। ସୂଚନା ମୁତାବକ, ଗୁଗଲ ପ୍ଲେ ମ୍ଯୁଜିକକୁ ୟୁଟ୍ଯୁବ ମ୍ଯୁଜିକ ସହିତ ରିପ୍ଲେସ କରିଦେଇଥିଲା। ଏବେ ପ୍ଲେ ମ୍ଯୁଜିକର ବ୍ଯାକଅପ୍ ନେବା ପାଇଁ ୟୁଟ୍ଯୁବ ମ୍ଯୁଜିକର ସହାୟତା ନେଇପାରିବେ। ଆପଣ ପ୍ଲେ ଷ୍ଟୋରରୁ ୟୁଟ୍ଯୁବ ମ୍ଯୁଜିକ ଡାଉନଲୋଡ କରି ନିଜର ମ୍ଯୁଜିକ ଆପର ସଂପୂର୍ଣ୍ଣ ଡାଟା ଟ୍ରାନ୍ସଫର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.