Below header

ନିଜକୁ କାମୁଡିଥିବା ସାପକୁ ଧରି ଦିଗଡ କରିଦେଲେ ଯୁବକ, ରକ୍ତ ପିଇ ନେଲେ ପ୍ରତିଶୋଧ

ଯାଜପୁରରୋଡ (କେନ୍ୟୁଜ୍‌) : ସାପକୁ କାମୁଡି ମାରିଲେ ଯୁବକ। ବିଶ୍ୱାସ ନହଲେ ବି ସତ। ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ପାଞ୍ଚୟତ ଗମ୍ଭାରୀପାଟିଆ ଗ୍ରାମରେ ଘଟିଛି ଏହି ଆଶ୍ଚର୍ଯ୍ୟଚକିତ ଘଟଣା। ଏହି ଗାଁ ୪୫ ବର୍ଷିୟ ଯୁବକ କିଶୋର ବଦରା ଗତ କାଲି ସନ୍ଧ୍ୟା ୬ଟା ସମୟରେ ଚାଷ ଜମିରୁ ଫେରିବା ସମୟରେ ସର୍ପଘାତର ଶିକାର ହୋଇଥିଲେ। ଏହାପରେସେ ନିଜେ ସାପଟିକୁ ଧରି ଦେଖିଥିଲେ ଯେ ସାପଟି ଚିତି ସାପ।

ସଙ୍ଗେ ସଙ୍ଗେ ପ୍ରତିଶୋଧ ପରାୟଣ ହୋଇ ସାପଟିକୁ ଅତି ନିର୍ମମ ଭାବେ କାମୁଡି କାମୁଡି ମାରିଦେବା ସହ ତା ରକ୍ତକୁ ପିଇଥିବା କହିଛନ୍ତି ପିଡୀତ ବ୍ୟକ୍ତି କିଶୋର। ଏହାପରେ ଘରକୁ ଫେରି ତାଙ୍କ ସ୍ତ୍ରୀ କୁ ଏ କଥା ଜଣାଇଥିଲେ ଓ ହାତରେ ସାପଟିକୁ ଧରି ଗା ରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ତେବେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.