ମହିଳାଙ୍କ ପେଟ ଜନିତ ସମସ୍ୟାକୁୁ ଦୂର କରେ ଜୁଆଣି ପାଣି, ଥରେ ଟ୍ରାୟ କରନ୍ତୁ

ଗର୍ଭବତୀ ଥିବା ସମୟରେ ଏବଂ ଗର୍ଭାବସ୍ଥା ପରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ। ଯାହା କାରଣରୁ ସେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। ତେଣୁ ଏହି ସମୟରେ ତାଙ୍କର ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ଆଜି ଆମେ ଏହାକୁ ନେଇ କିଛି ଖାସ ଟିପ୍ସ ଆଣିଛୁ। ଯାହାକୁ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇ ହେବ।

health
pc: doctor ndtv

ଜୁଆଣୀ ପାଣି ଏହି ସମୟରେ ମହୋଷଧିର କାମ କରିଥାଏ। ଗର୍ଭବତୀ ମହିଳାଙ୍କ ଶାରୀରିକ ସମସ୍ୟାକୁ ଦୂର କରିବା ପାଇଁ ଆପଣ ଜୁଆଣୀ ପାଣି ତାଙ୍କୁ ଦେଇ ପାରିବେ। ଏହାଦ୍ୱାରା ତାଙ୍କର ଥକା ପଣ ଦୂର ହୋଇଥାଏ। ଜୁଆଣୀ ପାଣିରେ ଆଣ୍ଟି-ଅକ୍ସିଡେଣ୍ଟ ତତ୍ତ୍ୱ ମହଜୁଦ ରହିଛି।

– ଡେଲିଭରୀ ପରେ ମହିଳାଙ୍କ ଶରୀରରେ ଗ୍ୟାସ ଓ ହଜମ ଜନିତ ସମସ୍ୟା ଦେଖାଯାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଜୁଆଣି ପଣି ବେଷ୍ଟ ହୋଇଥାଏ ।ଏହା ଦ୍ୱାରା ପେଟ ଯନ୍ତ୍ରଣା, ହଜମ ସମସ୍ୟାରୁ ମୁକ୍ତି ମିଳେ। ଏହାଦ୍ୱାରା ପେଟ ସଫା ହୋଇଥାଏ । ଶରୀରର ତାପମାତ୍ରା ମଧ୍ୟ ଠିକ ରହିଥାଏ।

healthhh
pc: bollywood shaadis

– ଓଜନ ନିୟନ୍ତ୍ରିତ ରୁହେ। ଡେଲିଭରୀ ପରେ ସାଧାରଣତଃ ମହିଳାଙ୍କ ଓଜନ ବଢ଼ିଯାଇଥାଏ। ଏହି ପାଣି ଓଜନ କମାଇବାରେ ସାହାଯ୍ୟ କରେ।
– ଶରୀର ଯନ୍ତ୍ରଣାରୁ ମୁକ୍ତି ମିଳେ। ଏହାସହ ଋତୁସ୍ରାବକୁ ନେଇ ହେଉଥିବା ସମସ୍ୟାକୁ ମଧ୍ୟ ସମାଧାନ କରିଥାଏ। ମହିଳାଙ୍କ ଅଣ୍ଟା ଓ ପେଟ ଜିନତ ସମସ୍ୟା ଦୂର ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.