ଓଦା କେଶରେ ଭୁଲ୍‌ରେ ବି ଶୁଅନ୍ତୁ ନାହିଁ, ଯଦି ଶୋଉଛନ୍ତି ଏବେଠୁ ହୋଇଯାଆନ୍ତୁ ସାବଧାନ; ନଚେତ୍‌ ହୋଇପାରନ୍ତି ଚନ୍ଦାପଣର ଶିକାର

ବର୍ଷାଦିନେ ମହିଳାମାନେ ସାଧାରଣତଃ କେଶ ଝଡ଼ିବା ସମସ୍ୟା ଦେଇ ଗତି କରିଥାଆନ୍ତି। ବେଳେବେଳେ ସେମାନେ ଏମିତି କିଛି ଭୁଲ୍‌ କରି ବସନ୍ତି, ଯଦ୍ଦ୍ଵାରା କେଶ ଅଧିକ ମାତ୍ରାରେ ଝଡ଼ିବାରେ ଲାଗିଥାଏ। ଏହାକୁ ନଜରରେ ରଖି ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ସେୟାର କରିବାକୁ ଯାଉଛୁ, ଯାହାକୁ ଆପଣାଇଲେ ଆପଣଙ୍କର ଏହି ସମସ୍ୟା କମ୍‌ ହୋଇପାରିବ।

-ଅନେକ ବାର ମହିଳାମାନେ ଓଦା କେଶରେ ଶୋଇ ଯାଆନ୍ତି, ଯାହାଫଳରେ କେଶ ଝଡ଼ିବା ସମସ୍ୟା ଉତ୍ପନ୍ନ ହୋଇଥାଏ। ବିଶେଷ କରି ରାତିରେ ଏପରି କରିବାଠୁ ଦୂରେଇ ରୁହନ୍ତୁ। ଅଧିକ ସମୟ ପର୍ଯ୍ୟନ୍ତ ଏମିତି କରିବା ଦ୍ୱାରା କେବଳ କେଶ ଝଡ଼ି ନ ଥାଏ, ବରଂ ବ୍ୟକ୍ତି ଚନ୍ଦା ମଧ୍ୟ ହୋଇଯାଇପାରେ।

– ଓଦା କେଶରେ ଶୋଇଲେ କେଶ ମୂଳ ଦୁର୍ବଳ ହୋଇଯାଇଥାଏ। ଫଳରେ କେଶ ସହଜରେ ଝଡ଼ିବାକୁ ଲାଗିଥାଏ। ଅନେକ ବାର ଏହାଦ୍ୱାରା ଫଙ୍ଗଲ ଇନ୍‌ଫେକ୍ସନର ଆଶଙ୍କା ମଧ୍ୟ ରହିଥାଏ।

-ସେହିପରି ମୁଣ୍ଡ ଓଦା ରହୁଥିବାରୁ ରୂପି ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଓଦା କେଶରେ ଶୋଇବା ଦ୍ୱାରା କେଶର ପ୍ରାକୃତିକ ତୈଳ ବାହାରି ଯାଇଥାଏ।

-ଓଦା କେଶରେ ଶୋଇଲେ ତକିଆରେ ବ୍ୟାକ୍ଟେରିଆ ସୃଷ୍ଟି ହେବାର ସମ୍ଭାବନା ବଢ଼ି ଯାଇଥାଏ। ଓଦା କେଶରୁ ମଇଶ୍ଚର ତକିଆରେ ପଶିଯିବା ପରେ ମୁଣ୍ଡର ଗରମରୁ ବ୍ୟାକ୍ଟେରିଆ ସୃଷ୍ଟି ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.