Below header

ଏକତରଫା ପ୍ରେମ ନିବେଦନ କରିବା ବିବାହିତ ଯୁବକଙ୍କୁ ପଡିଲା ମହଙ୍ଗା, ନିର୍ଧୁମ ଛେଚିଲେ ଲୋକେ

ଏକତରଫା ପ୍ରେମ ନିବେଦନ କରିବା ପଡିଲା ମହଙ୍ଗା । ଅଙ୍ଗନୱାଡି କର୍ମୀଙ୍କୁ ପ୍ରେମ ନିବେଦନ କରି କାନ ଧରି ଉଠ୍ ବସ୍ ହେଲେ ଜଣେ ବିବାହିତ ଯୁବକ । ଖାଲି ସେତିକି ନୁହେଁ ତାସହିତ ଗ୍ରାମବାସୀଙ୍କଠାରୁ ନିର୍ଧୁମ ଛେଚା ବି ଖାଇବାକୁ ପଡିଛି ତାଙ୍କୁ । ଘଟଣାଟି ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗାଁରେ ।

ବାଙ୍କୀ(କେନ୍ୟୁଜ୍) : ଏକତରଫା ପ୍ରେମ ନିବେଦନ କରିବା ପଡିଲା ମହଙ୍ଗା । ଅଙ୍ଗନୱାଡି କର୍ମୀଙ୍କୁ ପ୍ରେମ ନିବେଦନ କରି କାନ ଧରି ଉଠ୍ ବସ୍ ହେଲେ ଜଣେ ବିବାହିତ ଯୁବକ । ଖାଲି ସେତିକି ନୁହେଁ ତାସହିତ ଗ୍ରାମବାସୀଙ୍କଠାରୁ ନିର୍ଧୁମ ଛେଚା ବି ଖାଇବାକୁ ପଡିଛି ତାଙ୍କୁ । ଘଟଣାଟି ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗାଁରେ।

ସୂଚନାନୁସାରେ ଏହି ଗାଁର ଅଙ୍ଗନବାଡି କର୍ମୀ ସୁଭଦ୍ରା ବଳଙ୍କୁ ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳର ଜଗନ୍ନାଥ ସ୍ୱାଇଁ ନାମକ ଜଣେ ଯୁବକ ପ୍ରଥମେ ରଙ୍ଗ ନମ୍ବର କଲରୁ ଦୀର୍ଘଦିନ ଧରି ପ୍ରେମ ନିବେଦନ କରି ଆସୁଥିଲେ । କିନ୍ତୁ ଏହି ଶିକ୍ଷୟତ୍ରୀ ବାରମ୍ବାର ତାଗିଦ କରିବା ସତ୍ୱେ ମଧ୍ୟ ଯୁବକ ଜଣକ ତାଙ୍କ ପାଖକୁ ଅଶ୍ଳିଳ ମେସେଜ ପଠାଇବା ସହ ତାଙ୍କୁ ବିବାହ କରିବା ପାଇଁ ଧମକ ଦେଇଆସୁଥିଲେ। ମାତ୍ର ଶିକ୍ଷୟତ୍ରୀ ଜଣକ ତାଙ୍କ କଥା ନଶୁଣିବାରୁ ଗତ ୧୩ ତାରିଖ ଦିନ ହଠାତ ଏହି ଯୁବକ ଘୋଳପୁର ଅଙ୍ଗନୱାଡି କେନ୍ଦ୍ରରେ ଆସି ପଂହଁଚି ଯାଇଥିଲେ ।

ଶିକ୍ଷୟତ୍ରୀଙ୍କୁ ଟଣା ଓଟରା କରିବା ସହିତ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ । ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ମାନେ ଜାଣିବା ପରେ ସମ୍ପୃକ୍ତ ଯୁବକକୁ ଅଟକ ରଖିବା ସହିତ ଉତ୍ତମ ମଧ୍ୟମ ଦେଇଥିଲେ । ଆଉ ଏଭଳି ଭୁଲ କେବେ ନ କରିବା ପାଇଁ ଯୁବକ ଜଣଙ୍କୁ ଆଣ୍ଠୁଆ ମାଡି ବସାଇବା ସହ କାନ ଧରି ଭୁଲ ମଗାଇଥିଲେ । ଏହାପରେ ଗ୍ରାମବାସୀ ମାନେ ଉକ୍ତ ଯୁବକ ଜଣଙ୍କୁ ଶେଷରେ ପୋଲିସର ଜିମା ଦେଇଥିଲେ । ସେପଟେ ଶିକ୍ଷୟତ୍ରୀଙ୍କ ଏତଲା ଆଧାରରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଙ୍କୀ ପୋଲିସ। ପ୍ରାଥମିକ ତଦନ୍ତ ଅନୁସାରେ ଏକତରଫା ପ୍ରେମ କାରଣରୁ ଏଭଳି ଘଟଣା ଘଟିଥିବା ବାଙ୍କୀ ଏସଡିପିଓ ସୂଚନା ଦେଇଛନ୍ତି ।

ଏକତରଫା ପ୍ରେମ ନିବେଦନ କରି ପଦାରେ ପଡିଲା ବିବାହିତ ଯୁବକଙ୍କର ବିଶୃଙ୍ଖଳିତ ଆଚରଣ । ପ୍ରେମରେ ସଫଳ ନହେବାରୁ କଲେ ଏମିତି କାଣ୍ଡ ଶେଷରେ ଯିବାକୁ ପଡିଲା ଜେଲ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.