ବିଦ୍ୟୁତ ଆଘାତରେ ଚାଲିଗଲା ମା’-ପୁଅଙ୍କ ଜୀବନ

ଏକ ଅଭାବନୀୟ ଘଟଣା ଘଟିଛି ଭୋଗରାଇ ଗାଁ ରେ । ସାମାନ୍ୟ ଅସାବଧାନତା ଯୋଗୁଁ ବିଦ୍ୟୁତ ଆଘାତରେ ଚାଲିଗଲା ମା-ପୁଅଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଭୋଗରାଇ ଗାଁରେ ।

ଏକ ଅଭାବନୀୟ ଘଟଣା ଘଟିଛି ଭୋଗରାଇ ଗାଁ ରେ । ସାମାନ୍ୟ ଅସାବଧାନତା ଯୋଗୁଁ ବିଦ୍ୟୁତ ଆଘାତରେ ଚାଲିଗଲା ମା-ପୁଅଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଭୋଗରାଇ ଗାଁରେ । ଗାଁର କାର୍ତ୍ତିକ ସେଠୀ ଘର କାମ ପାଇଁ ଇଲେକ୍ଟ୍ରି କଟରରେ ଲୁହାରଡ କାଟିଲା ବେଳେବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ।

ଏହି ସମୟରେ ମା ଜୟନ୍ତୀ ସେଠୀ ପୁଅକୁ ଜାବୁଡ଼ି ଧରି ଟାଣି ଆଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ବି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଜଳେଶ୍ୱରପୁର ହସ୍ପିଟାଲ ନେଇ ଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.