Below header

ତିନି ଦିନରେ ଖେଳ ଖତମ୍‌, ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସ ଓ ୧୪୧ ରନରେ ହରାଇଲା ଭାରତ

ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସ ଓ ୧୪୧ ରନରେ ହରାଇଲା ଭାରତ । ଯଶସ୍ୱୀ ଜୟସଓ୍ଵାଲ ଏବଂ ରବିଚନ୍ଦ୍ରନ ଅଶ୍ୱିନ କମାଲ ପ୍ରଦର୍ଶନ ପରେ ଟିମ୍‌ ଇଣ୍ଡିଆ ସିରିଜରେ ୧-୦ରେ ଆଗୁଆ ରହଛି ।

ଡୋମିନିକାରେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଜିତିଲା ଭାରତ । ଭାରତ ପ୍ରଥମ ଇନିଂସ ଓ ୧୪୧ ରନ୍‌ରେ ବିଜୟୀ ହୋଇଛି । ୱେଷ୍ଟଇଣ୍ଡିଜକୁ ୧୪୧ ରନରେ ହରାଇ ସିରିଜ ୧-୦ରେ ଆଗୁଆ ରହିଛି ଭାରତ । ଏହି ମ୍ୟାଚରେ ଜଲଓ୍ଵା ଦେଖାଇଛନ୍ତି ଯଶସ୍ୱୀ ଜୟସଓ୍ଵାଲ ଏବଂ ରବିଚନ୍ଦ୍ରନ ଅଶ୍ୱିନ ।

ଉଭୟ ଇନିଂସରେ ୧୨ଟି ଓ୍ଵିକେଟ ନେଇ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅଶ୍ୱିନ୍‌ । ପ୍ରଥମ ଇନିଂସରେ ୫ଟି ଓ ଦ୍ୱିତୀୟ ଇନିଂସରେ ୭ଟି ଓ୍ଵିକେଟ ନେଇଥିଲେ ଅଶ୍ୱିନ । ଭାରତ ପ୍ରଥମ ଇନିଂସରେ ୫ ଓ୍ଵିକେଟରେ ୪୨୧ ରନ୍‌ କରି ପାଳି ଘୋଷଣା କରିଥିଲା । ଦ୍ୱିତୀୟ ପାଳିରେ ମାତ୍ର ୧୩୦ ରନ୍‌ରେ ସୀମିତି ରହିଯାଇଥିଲା ୱେଷ୍ଟଇଣ୍ଡିଜ । ଫଳରେ ଭାରତ ଇନିଂସ ଓ ୧୪୧ ରନ୍‌ରେ ବିଜୟୀ ହୋଇଛି । ଟେଷ୍ଟରେ ଅଷ୍ଟମ ଥର ଅଶ୍ୱିନ ୧୦ ଓ୍ଵିକେଟ ସଫଳତା ପାଇଛନ୍ତି । ଭାରତ ପକ୍ଷରୁ ପ୍ରଥମ ଇନିଂସରେ ପ୍ରଭାବୀ ବ୍ୟାଟିଂ କରିଥିଲେ ଯଶସ୍ୱୀ ଜୟସ୍ୱଓ୍ଵାଲ । ଡେବ୍ୟୁ ମ୍ୟାଚରେ ଶତକ ମାରିଥିଲେ । ସେହିପରି ରୋହିତ ଶର୍ମା ୧୦୩, ବିରାଟ କୋହଲି ୭୬ ଓ ଜାଡେଜା କରିଥିଲେ ଅପରାଜିତ ୩୭ ରନ୍‌ । ବିଜୟ ସହ ଟେଷ୍ଟରେ ଭାରତ ୧-୦ରେ ଆଗୁଆ ହୋଇଛି ।

ମ୍ୟାଚରେ ଯଶସ୍ୱୀଙ୍କୁ ୧୭୧ ରନ୍‌ କରିଥିବାରୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ମିଳିଥିଲା । ମ୍ୟାଚ ସରିବା ପରେ ରୋହିତ ସମସ୍ତ ଖେଳାଳିଙ୍କର ପ୍ରଶଂସା କରିଥିଲେ ।

ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୧୫୦/୧୦। ଭାରତ ପ୍ରଥମ ପାଳି: ୧୫୨.୨ ଓଭରରେ ୪୨୧/୫, ଘୋଷିତ (ଯଶସ୍ବୀ ଜୟସ୍ବାଲ୍‌-୧୭୧, ରୋହିତ ଶର୍ମା-୧୦୩, ବିରାଟ କୋହଲି-୭୬, ରବୀନ୍ଦ୍ର ଜାଦେଜା-୩୭*, ରାଖିମ କର୍ଣ୍ଣୱାଲ୍‌-୧/୩୨, କେମାର ରୋଚ୍‌-୧/୫୦, ଆଲିକ୍‌ ଆଥା‌ନେଜ୍‌-୧/୫୩, ଅଲଜାରି ଯୋସେଫ-୧/୮୦, ଜୋମେଲ୍ ୱାରିକାନ୍‌-୧/୧୦୬)। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି: ୫୦.୩ ଓଭରରେ ୧୩୦/୧୦ (ଆଲିକ୍‌ ଆଥାନେଜ୍‌-୨୮, ଜାସନ୍‌ ହୋଲ୍ଡର ୨୦*, ରବିଚନ୍ଦ୍ରନ ଅଶ୍ବିନ-୭/୭୧, ରବୀନ୍ଦ୍ର ଜାଦେଜା-୨/୩୮)।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.