ବହୁଚର୍ଚ୍ଚିତ ନବ ଦାସଙ୍କୁ ହତ୍ୟା ପଛରେ ଷଡ୍‌ଯନ୍ତ୍ର ନାହିଁ, କ୍ରାଇମବ୍ରାଞ୍ଚ ରିପୋର୍ଟ

ବହୁଚର୍ଚ୍ଚିତ ନବ ଦାସଙ୍କୁ ହତ୍ୟା ପଛରେ ଷଡ୍‌ଯନ୍ତ୍ର ନାହିଁ । ଜୀବନ ପ୍ରତି ବିପଦ ଥିବାରୁ ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା କଲା ଗୋପାଳ ଦାସ । ସେ ହିଁ ହତ୍ୟାକାରୀ । ଗୋପାଳ ବ୍ୟତୀତ ହତ୍ୟାରେ ଆଉ କାହାର ସଂପୃକ୍ତି ନାହିଁ । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫୪୩ ପ୍ରାଥମିକ ଚାର୍ଜସିଟ୍‌ରେ ହତ୍ୟା ପଛର କାରଣ ଖୁଲାସାରୁ ଏହା ଜଣାପଡିଛି ।

କୋର୍ଟରେ ଦାଖଲ କରିଥିବା ୫୪୩ ପୃଷ୍ଟାର ପ୍ରାଥମିକ ଚାର୍ଜସିଟରେ ହତ୍ୟାର କାରଣ ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟା ପଛରେ ଷଡଯନ୍ତ୍ର ନାହିଁ । ଗୋପାଳ ହିଁ ଅଭିଯୁକ୍ତ । ନବ ଦାସ ଓ ଓ ତାଙ୍କ ସହଯୋଗୀଙ୍କଠାରୁ ନିଜ ଜୀବନ ପ୍ରତି ବିପଦ ଥିବା ଭୟରେ ହିଁ ଗୋପାଳ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଛି ।

ଏହି ଘଟଣାରେ ଗୋପାଳ ଦାସ ବ୍ୟତୀତ ଅନ୍ୟ କାହାରି ସଂପୃକ୍ତି ନାହିଁ । ସମ୍ବଲପୁର ଯାଇ ମା ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ଲଣ୍ଡା ହୋଇଥିଲା ଗୋପାଳ । ହତ୍ୟା ପୂର୍ବରୁ ନିଜ ବଡଭାଇଙ୍କୁ ଏନେଇ ଅବଗତ କରାଇଥିଲା ଗୋପାଳ । ସୁନା ମୁଦି ବିକି ଭାଇକୁ ଟଙ୍କା ଦେଇ ସେ ବ୍ରହ୍ମପୁର ପଠାଇଥିଲା ।

ଯେଉଁ କିଛି ଘଟଣା ନବ ଦାସଙ୍କୁ ହତ୍ୟା କରିବା ଦିଗରେ ପ୍ରେରିତ କରିଥିଲା,ତାହା ଚାର୍ଜସିିଟରେ ଉଲ୍ଲେଖ ରହିଛି । ଗତକାଲି ଗୋପାଳକୁ ଝାରସୁଗୁଡା ଜେଏମଏଫସି-୧ କୋର୍ଟରେ ହାଜର ପରେ ଏହି ମାମଲାର ଶୁଣାଣି ଲାଗି ଜିଲ୍‌ା ଦୌରାଜଜଙ୍କ ଅଦାଳତକୁ ପଠାଯାଇଥିଲା ।

ହତ୍ୟା ପଛରେ ଗୋପାଳର କି ଉଦ୍ଦେଶ୍ୟ ରହିଥିଲା, ତାହାକୁ ନେଇ ଅନେକ ଚର୍ଚ୍ଚ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚ ଦ୍ୱାରା ଦାଖଲ ଚାର୍ଜସିଟ୍‌ ଏହା ଗୋପାଳର ବ୍ୟକ୍ତିଗତ କାରଣ ହୋଇଥିବା ସ୍ପଷ୍ଟ କରିଛି । ଜାନୁଆରୀ ୨୯ ତାରିଖ ମଧ୍ୟାହ୍ନରେ ନବ ଦାସଙ୍କୁ ଝାରସୁଗୁଡ଼ା ଗାନ୍ଧି ଛକରେ ହତ୍ୟା କରିଥିଲା ଗୋପାଳ ଦାସ । ସମସ୍ତଙ୍କ ସାମନାରେ ନିଜ ସର୍ଭିସ ରିଭଲଭରରୁ ଗୁଳି ଚଳାଇଥିଲା । ଏବେ ଚୌଦ୍ୱାର ସର୍କଲ ଜେଲରେ ଅଛି ଗୋପାଳ ଦାସ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.