Below header

ମଣ୍ଣିଂୱାକ୍ କରୁଥିବା ବେଳେ ହଠାତ୍ ଟ୍ରକ ଆଗକୁ ଡେଇଁପଡିଲେ ଯୁବକ, ତା’ପରେ ହେଲା କିଛି ଏମିତି

ସୋର(କେନ୍ଯୁଜ୍): ଟ୍ରକ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ଯା। ରିପୋର୍ଟ ଅନୁଯାୟୀ ବାଲେଶ୍ବର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଉତ୍ତରରେଶ୍ବର ନିକଟରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ ଭୋର ସମୟରେ ମୃତ ଯୁବକ ଜଣକ ମଣ୍ଣିଂୱାକ୍ କରୁଥିବା ବେଳେ ହଠାତ୍ ଟ୍ରକ ଆଗକୁ ଡେଇଁ ପଡିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନେବା ସହ ପୋଲିସକୁ ଖବର ଦେଇଥିଲେ।

ରିପୋର୍ଟ ଅନୁଯାୟୀ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ। ଅନ୍ଯପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଉକ୍ତ ଯୁବକଙ୍କର ପରିଚୟ ମିଳିପାରିନଥିବା କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.