ରାଜ୍ୟରେ ୨୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ ସଂକ୍ରମିତଙ୍କ ସଂଖ୍ଯା ସାଢେ ୫ହଜାର ଟପିଲା

ଭୁବନେଶ୍ବର : ରାଜ୍ୟରେ ଆଜି ୨୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ।  ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏହି ୨୧୦ ପଜିଟିଭ୍। ଏମାନଙ୍କ ମଧ୍ଯରୁ ୧୭୪ କ୍ୱାରେଣ୍ଟିନ୍ ସେଣ୍ଟରରୁ ଥିବା ବେଳେ ୩୬ ଲୋକାଲ୍ କେସ୍ । ଏମାନଙ୍କ ଭିତରୁ ଖୋର୍ଦ୍ଧାରୁ ୪୭, କେନ୍ଦୁଝରରୁ ୫, ଦେଓଗଡ଼ରୁ ୧, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୩, ଗଞ୍ଜାମରୁ ୫୮, କଟକରୁ ୫, ଅନୁଗୁଳରୁ ୧, ବାଲେଶ୍ୱରରୁ ୨, ଢେଙ୍କାନାଳରୁ ୭, ଯାଜପୁରରୁ ୮, ପୁରୀରୁ ୮, ଗଜପତିରୁ ୨୯, ସୁନ୍ଦରଗଡ଼ରୁ ୬, କେନ୍ଦ୍ରାପଡ଼ାରୁ ୩, ସମ୍ବଲପୁରରୁ ୧, ବଲାଙ୍ଗୀରରୁ ୧୧, ମୟୁରଭଞ୍ଜରୁ ୭  ଓ ଏନଡିଆରଏଫ୍ରୁ ୬ଜଣ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୫,୬୯୨କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.