Below header

ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟାରେ ଲାଗୁନି ବ୍ରେକ, ଗତ ୨୪ ଘଣ୍ଟା ଭିତରେ ସର୍ବାଧିକ ୧୬,୯୨୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୬,୯୨୨ଟି ନୂଆ କରୋନା କେସ ସାମ୍ନାକୁ ଆସିଛି । ଯେବେକି ୪୧୮ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୪
ଲକ୍ଷ ୭୩ ହଜାର ୧୦୫ରେ ପହଂଚିଛି । ଏଯାବତ ଏହା ମଧ୍ୟରୁ ୧,୮୬,୫୨୪ଟି ସକ୍ରିୟ ମାମଲା ଥିବା ବେଳେ ୨ ଲକ୍ଷ ୭୧ହଜାର ୬୯୭
ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କହିରଖିବା ଉଚିତ ହେବକି, ଏଯାବତ କରୋନା ସଂକ୍ରମଣରେ ୧୪,୮୯୪ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଦେଶବ୍ୟାପି ଏଯାବତ ୭୫ ଲକ୍ଷ ୬୦ହଜାର ୭୮୨ଟି ନମୁନା ପରୀକ୍ଷଣ କରାଯାଇଛି ।

୨୪ଘଣ୍ଟା ଭିତରେ ହିଁ ୨,୦୭,୮୭୧ଟି ମାମଲା ପରୀକ୍ଷଣ କରାଯାଇଛି । ଅନ୍ୟପକ୍ଷରେ କରୋନା ସଂକ୍ରମିତ ସଂଖ୍ୟାରେ ମୁମ୍ବାଇକୁ ଟପି ଯାଇଛି ଦିଲ୍ଲୀ | ବୁଧବାର ଦିଲ୍ଲୀ ସରକାର ଆକ୍ରାନ୍ତଙ୍କ ସଂଖ୍ୟା ୭୦ହଜାର ଟପି ଯାଇଥିବା ନେଇ ଘୋଷଣା କରିଛନ୍ତି । ଯେବେକି ମହାରାଷ୍ଟ୍ର ସରକାର ମୁମ୍ବାଇରେ ସଂକ୍ରମିତଙ୍କ ୬୯ ହଜାର ୫୨୮ ଛୁଇଁଥିବା ନେଇ ଘୋଷଣା କରିଛନ୍ତି । ଓଡ଼ିଶାରେ ଆଜି ୨୧୦ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ମଧ୍ୟପ୍ରଦେଶରେ ୧୮୭ଟି ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଉତ୍ତର ଭାରତ ରାଜ୍ୟ ହିମାଚଳ ପ୍ରଦେଶରେ ୩୧
ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.