SBIରେ ଏହି ସ୍କିମରେ ଘରେ ବସି ରୋଜଗାର କରିପାରିବେ ମୋଟାଅଙ୍କର ଟଙ୍କା, ଜାଣନ୍ତୁ କେମିତି

ଯଦି ଆପଣ ଘରେ ବସି ଟଙ୍କା କମାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସିଖବର। ଆପଣ ଯଦି ପ୍ରତିମାସ ଭଲ ରୋଜଗାର କରିବା ବିଷୟରେ ଚିନ୍ତା କରୁଛନ୍ତି ତାହେଲେ ଆପଣ ଏସବିଆଇର ଏନ୍ୟୁଟୀ ଡିପୋଜିଟ୍‌ ସ୍କୀମ (SBI Annuity Deposit)ରେ ନିବେଶ କରିପାରିବେ। ଏହି ସ୍କିମରେ ସବୁଠୁ ବଢ଼ିଆ କଥା ହେଉଛି ଏଥିରେ ନିବେଶ କରି ଆପଣଙ୍କୁ ପ୍ରତି ମାସ ଏକ ନିର୍ଦ୍ଧିଷ୍ଟ ଆୟ ମିଳିଯିବ। ଏହି ସ୍କିମ ଜରିଆରେ ଆପଣ ପ୍ରତି ମାସ ଭଲ ରୋଜଗାର କରିପାରିବେ। କୌଣସି ବି ଗ୍ରାହକ ଯଦି ଏହି ସ୍କିମରେ ଟଙ୍କା ନିବେଶ କରନ୍ତି ତେବେ ଆପଣଙ୍କର ପ୍ରତି ମାସ ଏକ ଫିକ୍ସଡ ଇନକମ୍‌ ହୋଇପାରିବ। ଏସବିଆଇର ଏହି ସ୍କିମରେ ନ୍ୟୁନତମ ୧୦୦୦ ଟଙ୍କା ମାସିକ ଏନ୍ୟୁଟୀ ପାଇଁ ଜମା କରାଯାଇପାରିବ। ସେହିପରି ଏହି ସ୍କିମରେ ଅଧିକତମ ନିବେଶ କରିବାର କୌଣସି ସୀମା ରହିନାହିଁ।

SBI-Predict-For-Bank-2019-Hackathonକେତେ ଟଙ୍କା କରିପାରିବେ ଜମା

ଯଦି ୬୦ ବର୍ଷ ପର୍ଯ୍ୟନ୍ତ ଆପଣ ପ୍ରତି ମାସ ୫,୦୦୦ ଟଙ୍କା ମାସିକ ଆୟ ଚାହୁଁଛନ୍ତି ତାହେଲେ ବ୍ୟାଙ୍କ୍‌ ଆପଣଙ୍କୁ ଜଣାଇବ ଆପଣ କେତେ ଟଙ୍କା ଜମା କରିବେ। କିନ୍ତୁ ତାପୂର୍ବରୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଡିପୋଜିଟ୍‌ ରାଶି ୨୫,୦୦୦ଟଙ୍କାରୁ କମ୍‌ ହେବା ଅନୁଚିତ। ସେହିପରି ଏହାର ଅଧିକତମ ସୀମା ରାଶି ନିର୍ଦ୍ଧାରିତ କରାଯାଇନାହିଁ। ଆପଣଙ୍କର ଏହି ସ୍କିମ ୩୬/୬୦/୮୪ କିମ୍ବା ୧୨୦ ମାସ ପାଇଁ ଉପଲବ୍ଧ ରହିଛି। ସେହିପରି ମାସିକ ଇନକମ୍‌ ଟଙ୍କା ଜମା କରିବାର ଅବଧି ଏବଂ ମୂଳଧନ ଉପରେ ନିର୍ଭର କରିବ।

moneyଏହି ସ୍କିମରେ ନୋମିସେନର ସୁବିଧା ରହିଛି। ଜମାକାରୀ ଏନ୍ୟୁଟୀରେ ଜମା ରାଶି ୭୫% ବରାବର ରାଶି ଓଭରଡ୍ରାଫ୍ଟ ଏବଂ ଲୋନ ସୁବିଧାର ଲାଭ ଉଠାଇପାରିବେ। ସେହିପରି ଯଦି ମ୍ୟାଚୁରିଟୀ ଅବଧି ବିଷୟରେ କହିବା ତ ଏଥିରେ ଆପଣ ୩ ବର୍ଷ, ୫ ବର୍ଷ, ୭ ବର୍ଷ ଏବହ ୧୦ ବର୍ଷ ପାଇଁ ନିବେଶ କରିପାରିବେ।

ବ୍ୟାଙ୍କର ୱେବସାଇଟ ଅନୁଯାୟୀ ଯଦି ଖାତାଧାରକଙ୍କର ମୃତ୍ୟୁ ଏସବିଆଇ ଏନ୍ୟୁଟ ଡିପୋଜିଟ ସ୍କିମର ମ୍ୟାଚୁରିଟୀ ପୂର୍ବରୁ ହୋଇଯାଉଛି ତେବେ ନୋମିନୀଙ୍କୁ ଟଙ୍କା ଉଠାଇବାକୁ ଅନୁମତି ଦିଆଯାଇଛି। ଏହି ସ୍କିମରେ ଲାଭ କେହି ବି ଉଠାଇପାରିବେ। ଏଥିରେ ପର୍ସନାଲ କିମ୍ବା ଜଏଣ୍ଟ, ୧୮ ବର୍ଷରୁ କମ୍‌ ବୟସର ଲୋକ ମଧ୍ୟ ଖୋଲିପାରିବେ। ସେହିପରି ଏହି ସ୍କିମରେ ଅନ୍ୟ ବ୍ରାଞ୍ଚରେ ଆକାଉଣ୍ଟ ଟ୍ରାନ୍ସଫର, ଟିଡିଏସ୍‌ ନିୟମ ଏଫଡିର ନିୟମ ଆଧାରରେ ହିଁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.