Below header

ମ୍ୟାଡାମ୍‌ ସେଇ ଧଳା ରଙ୍ଗର ସ୍କୁଟିଟା ଆପଣଙ୍କର ତ? ବାସ୍‌ ଏତିକି କହିଲା କନଫର୍ମ ହେଲା ତାପରେ ନେଇ ଛୁ ମାରିଲା

ଗାଡ଼ି ଡିକିରେ ନଗଦ ୫ ହଜାର ଟଙ୍କା ଓ ଗୁରୁତପୂର୍ଣ୍ଣ କାଗଜ ପତ୍ର ଥି ବାବେଳେ ପ୍ରଥମାଅଷ୍ଟମୀ ପାଇଁ ନୂଆ ଡ୍ରେସ କିଛି ବି କିଣିକି ରଖିଥିଲେ ବୋଲି ମହିଳା କହିଛନ୍ତି।ତେବେ ସ୍କୁଟି ଟିକୁ ଜଣେ ଯୁବକ ନେଇ ଯାଉଥିବା ସିସି ଟିଭିରେ କଏଦ ହୋଇଛି। ଉଦଳା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ଉଦଳା (କେନ୍ୟୁଜ) : ଆଜ୍ଞା ମ୍ୟାଡାମ୍‌ ସେଇ ଧଳା ରଙ୍ଗର ସ୍କୁଟିଟା ଆପଣଙ୍କର ତ? ବାସ୍‌ ଏତିକି କହିଲା କନଫର୍ମ ହେଲା ତାପରେ ନେଇ ଚାଲିଗଲା । ହଁ ଏମିତି ହିଁ କଥାବାର୍ତ୍ତା କରି ଆଖିରେ ଆଙ୍ଗୁଠ ଗେଞ୍ଜି ସ୍କୁଟି ଧରି ଛୁ ମାରିଲା ଲୁଟେରା । ଏହି ମହିଳାଙ୍କ ପାଖକୁ ପ୍ରଥମେ ଲୁଟେରା ଆସିଲା ଭଦ୍ରବ୍ୟକ୍ତି ଭଳି ମିଶିଲା କଥାବାର୍ତ୍ତା ହେଲା ଆଉ ତାପରେ ମହିଳାଙ୍କ ଧଳା ସ୍କୁଟି ନେଇ ଛୁ ମାରିଲା । ଯାହାର ସିସିଟିଭି କ୍ୟାମେରାରେ କଏଦ ମଧ୍ୟ ହୋଇଛି । ଭିଡିଓରେ ଦେଖାଯାଉଛି ଯେ ଦୁଇ ଜଣ ଯୁବକ କଥାବାର୍ତ୍ତା ହୋଇ ଏମିତି ଏକ କାଣ୍ଡ ଘଟାଇଛନ୍ତି । ଭିଡିଓରେ ଆପଣ ସ୍ପଷ୍ଟ ଦେଖିପାରିବେ ଯେ ଏହି ଲୁଟେରାମାନେ କେମିତି ସ୍କୁଟିଟିକୁ ନେଉଛନ୍ତି । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଉଦଳା ମେଡିକାଲ ପରିସରର ।

ଚୋରଙ୍କ କଥା କଣ କହିବା, ଏମାନେ ତ ଲୁଟିବାକୁ ପ୍ରତିଦିନ ନୂଆ ନୂଆ ତରିକା ଆପଣାଉଛନ୍ତି । କେମିତି କେଜାଣି ଏ ଲୁଟେରାଙ୍କ ମୁଣ୍ଡରେ ଏତେ ବୁଦ୍ଧି ଆସୁଛି । ହଁ ଏବେ ପୁଣି ସକ୍ରୀୟ ହେଲେଣି ଗାଡି ଲୁଟେରା, ଆପଣ ଟିକେ ସତର୍କ ହେଇ ରୁହନ୍ତୁ । ତେବେ କହିବାକୁ ଚାହିଁବୁ ଯେ ସୋମବାର ସନ୍ଧ୍ୟା ସମୟରେ ଜୋସ୍ନା ନାଏକ ନିଜ ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ଆଣିଥିଲେ। ହେଲେ କିଛି ସମୟ ପରେ ଆସି ଦେଖିଲାବେଳକୁ ସେ ଯେଉଁଠି ଗାଡି ରଖିଥିଲେ ସେଠି ଆଉ ତାଙ୍କ ଗାଡି ନାହିଁ । କିନ୍ତୁ ଲୁଟର କିଛି ସମୟ ପୂର୍ବରୁ ଦୁଇ ଜଣ ଯୁବକ ଉକ୍ତ ମହିଳାଙ୍କ ସହ କଥା ହେବା ସହ ଉକ୍ତ ସ୍କୁଟିଟି କାହାର ବୋଲି ପଚାରି ଥିଲେ। ତେବେ ମହିଳା ଜଣକ ତାଙ୍କ ସମ୍ପର୍କୀୟଙ୍କୁ ଆଡ଼ମିଶନ କରି ଫେରିବା ପରେ ସେଠାରେ ଗାଡ଼ି ନଥିବା ଦେଖିବାକୁ ପାଇଥିଲେ।

ଗାଡ଼ି ଡିକିରେ ନଗଦ ୫ ହଜାର ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଥିବାବେଳେ ପ୍ରଥମାଅଷ୍ଟମୀ ପାଇଁ ନୂଆ ଡ୍ରେସ କିଛି ବି କିଣିକି ରଖିଥିଲେ ବୋଲି ମହିଳା କହିଛନ୍ତି।ତେବେ ସ୍କୁଟି ଟିକୁ ଜଣେ ଯୁବକ ନେଇ ଯାଉଥିବା ସିସି ଟିଭିରେ କଏଦ ହୋଇଛି। ଉଦଳା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.