ଝିଅର ପ୍ରେମ ବିବାହକୁ ସମ୍ମତି ନଜଣାଇ ବାପାର ପ୍ରତିଶୋଧ, ଜ୍ୱାଇଁର ଗୋଡକୁ କାଟି କଲେ ଦି ଗଡ !

ବୌଦ୍ଧ(କେନ୍ୟୁଜ୍): ଅଭାବନୀୟ ଘଟଣା। ଜ୍ୱାଇଁର ଗୋଡକୁ ହାଣିଲେ ଶ୍ୱଶୁର। ଆହତ ଜ୍ୱାଇଁ ବରପଦର ଗାଁର ସୌରଭ ଦଣ୍ଡିଆ। ବୌଦ୍ଧ୍‌ ଜିଲ୍ଲା କାଣ୍ଟାମାଳ ଥାନା ଡୁଙ୍ଗୁରିଗୁଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ ୨ ମାସ ତଳେ ବରପଦର ଗାଁର ସୌରଭ ଶଶୀ ମହାଳିକଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ। ମାତ୍ର ଏଥିରେ ଶଶୀଙ୍କ ସମ୍ମତି ନଥିଲା। ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଝିଅ ବାପଘରକୁ ଆସିଥିବାବେଳେ ଜ୍ୱାଇଁ ସୌରଭ ତାଙ୍କୁ ନେବାକୁ ଆସିଥିଲେ। ଏହି ସମୟରେ ଶଶୀ ଉତ୍‌କ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ସୌରଭଙ୍କ ଗୋଡକୁ ଡି ଗଡ କରିଦେଇଥିଲା। ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏନେଇ କଣ୍ଟାମାଳ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚଳାଇଛି।

 

Leave A Reply

Your email address will not be published.