Below header

ନବରଙ୍ଗପୁର: ଯୌତୁକ ଜୁଇରେ ଜଳିଗଲା ନବବଧୂ, ସ୍ୱାମୀକୁ ଅଟକ ରଖି ପଚରାଉଚରା

ନବରଙ୍ଗପୁର(କେନ୍ୟୁଜ୍): ଯୌତୁକ ଜୁଇରେ ଜଳିଗଲା ନବବଧୂ। ନବରଙ୍ଗପୁର ଫରେଷ୍ଟ କଲୋନୀରେ ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଶାଶୁଘର ପକ୍ଷରୁ ଏହାକୁ ଆତ୍ମହତ୍ୟା କୁହାଯାଉଥିବାବେଳେ ବାପଘର ଲୋକଙ୍କ ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଛି। ମୃତ ବଧୂ ଜଣକ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଚିଚିଆ ଗାଁର ରଶ୍ମିରେଖା। ଗତ ମେ ୧ ତାରିଖରେ ରଶ୍ମିରେଖା ନବରଙ୍ଗପୁର କାକୁଡିଆମ୍ବ ଗାଁର ହେମନ୍ତ ନାୟକଙ୍କ ପୁଅ ଧର୍ମାନନ୍ଦ ନାୟକଙ୍କୁ ବିବାହ କରିଥିଲେ। ଧର୍ମାନନ୍ଦ ବନବିଭାଗ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ। ରଶ୍ମିରେଖା ସ୍ୱାମୀ ଓ ଦିଅର ସହ ରହୁଥିଲେ। ଗତକାଲି ସେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ରଶ୍ମିଙ୍କ ବାପଘର ପକ୍ଷରୁ ଥାନାରେ ଏତଲା ଦିଆଯିବାପରେ ପୋଲିସ ଧର୍ମାନନ୍ଦଙ୍କୁ ଅଟକ ରଖି ପଚରାଉଚରା କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.