Below header

ବଲାଙ୍ଗିର ପାଟଣାଗଡ-ପଦ୍ମପୁର ମୁଖ୍ୟ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ : ସ୍ତ୍ରୀର ମୃତଦେହ ନେଇ ଫେରୁଥିବା ବେଳେ ଗଲା ସ୍ୱାମୀର ଜୀବନ

ବଲାଙ୍ଗିର: ସ୍ତ୍ରୀର ମୃତଦେହ ନେଇ ଫେରୁଥିବା ବେଳେ ଦୁର୍ଘଟଣାରେ ଗଲା ସ୍ୱାମୀର ଜୀବନ। ବଲାଙ୍ଗିର ଜିଲ୍ଲା ପାଟଣାଗଡ-ପଦ୍ମପୁର ମୁଖ୍ୟ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ମୃତକ ହେଲେ ଲର୍କି ଗାଁର ବିପିନ ସେଠ୍‌ ।

ତାଙ୍କ ପତ୍ନୀ ସାଏବାନୀ ସେଠ୍‌ ପାରାଲିସିସ୍‌ରେ ଆକ୍ରାନ୍ତ ହୋଇ ବୁର୍ଲାରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀ ବିପିନ୍‌ ମୃତଦେହ ନେଇ ଆସୁଥିବାବେଳେ ଦୁର୍ଘଟଣା ଘଟିଥିଲା। ଫଳରେ ଘଟଣାସ୍ଥଳରେ ବିପିନ୍‌ଙ୍କ ମୃତ୍ୟୁ ହୋଇଛି। ଆମ୍ବୁଲାନ୍ସ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି। ପାଟଣାଗଡ ପୋଲିସ ଓ ଦମକଳବାହିନୀ ପହଂଚି ମୃତଦେହ ଉଦ୍ଧାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.