ଦିଲ୍ଲୀ: ୨ୟ ଥର RT-PCR ରିପୋର୍ଟ ଯାଞ୍ଚରେ ICMR ନିର୍ଦ୍ଦେଶକୁ ନେଇ ହାଇକୋର୍ଟରେ ରୁଜୁ ହେଲା ମାମଲା

କରୋନା ଯାଞ୍ଚ ପାଇଁ ଆରଟି ପିସିଆର ରିପୋର୍ଟକୁ ସଠିକ ଧରାଯାଉଛି । ଏନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି । ICMR ମୁତାବିକ, ଦିଲ୍ଲୀରେ କରୋନା ପାଇଁ RT-PCRରେ ଥରେ ଯାଞ୍ଚ କରି ଟେଷ୍ଟ ପଜିଟିଭ ଆସିବା ପରେ ୨ୟ ଥର ଏହି ଟେଷ୍ଟକୁ କରିବା ପାଇଁ ମନା କରାଯାଇଛି । ଏହାକୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ସରକାର ସମେତ କେନ୍ଦ୍ର ସରକାରଙ୍କୁ ରିପୋର୍ଟକୁ ନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛି ।

ICMRର ଏହି ନିର୍ଦ୍ଦେଶ ଗତମାସ ୪ ମଇରୁ ଲାଗୁ କରାଯାଇଥିଲା । ରିସର୍ଚ୍ଚ ଅନୁଯାୟୀ କରୋନା ପଜିଟିଭ ରିପୋର୍ଟ ପାଇବା ପରେ ବାରମ୍ବାର RT-PCR ଯାଞ୍ଚ କରିବା ଉଚିତ ନୁହେଁ । ଏହାକୁ ନେଇ ଏକ ରିପୋର୍ଟ ମାମଲା ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲା । ଏଥିରେ ବ୍ୟକ୍ତି ଜଣକ ପ୍ରଥମେ ପଜିଟିଭ ହୋଇଥିଲେ । ହୋମ ଆଇସୋଲେସନରେ ରହିବା ପରେ ଅର୍ଥାତ ୧୭ ଦିନ ପରେ ସେ ପୁନର୍ବାର ଯାଞ୍ଚ କରିବା ପରେ ତାଙ୍କ ରିପୋର୍ଟ ଆସିନଥିଲା। ପୁନର୍ବାର ପଜିଟିଭ ହେବାର ଜାଣିବା ପରେ ସେହି ବ୍ୟକ୍ତି ତଥା ପରିବାର ଲୋକଙ୍କୁ ଘରୁ ବାହାରକୁ ଯାଇ ପାରୁନାହାନ୍ତି ।

ଅପ୍ରେଲ ୨୮ରୁ ସେହି ବ୍ୟକ୍ତି ପରିବାର ସମେତ ହୋମ ଆଇସୋଲେସନରେ ଅଛନ୍ତି । ନେଗେଟିଭ ରିପୋର୍ଟ ନଥିବା କାରଣରୁ ସେମାନେ ବାହାରକୁ ଯାଇ ନିଜ ପାଇଁ ଅତ୍ୟାବଶ୍ୟକ ସମାଗ୍ରୀ ମଧ୍ୟ କିଣି ପାରୁ ନାହାନ୍ତି । ଦିଲ୍ଲୀ ସରକାର ୪ମଇରୁ ୨ୟ ଥର ଟେଷ୍ଟ ନ କରିବାର ନିୟମକୁ ରଦ୍ଧ କରିବା ପାଇଁ ବ୍ୟକ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର କରାଯାଇଛି । ଏହାଦ୍ୱାରା ସେ ଓ ତାଙ୍କ ପରିବାର ବର୍ଗ ସମେତ RT-PCRକରୋନା ରିପୋର୍ଟ ଯାଞ୍ଚ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.