Below header

ମୋ ସ୍ତ୍ରୀ ଓ ପିଲାକୁ ଖୋଜି ଦିଅ, ଏମିତି ନିବେଦନ କଲେ ସ୍ୱାମୀ

ଭୁବନେଶ୍ୱର : ତାଙ୍କ ପତ୍ନୀ ଓ ପିଲା କେଉଁ ଆଡ଼େ ନିଖୋଜ ହୋଇ ଯାଇଛନ୍ତି । ସେମାନଙ୍କୁ ଖୋଜି ଖୋଜି ନିରାଶ ହେବା ପରେ ପୋଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି ଜଣେ ସ୍ୱାମୀ । ବିକାଶ ପ୍ରଧାନ ନାମକ ଏହି ୨୪ ବର୍ଷ ବୟସ୍କ ଯୁବକ ପତ୍ନୀ ଓ ପିଲା ନିଖୋଜ ନେଇ ଭୁବନେଶ୍ୱର ଏୟାର ଫିଲଡ଼୍ ଥାନାରେ ଅଭିଯୋଗ କରିଛନ୍ତି ।

ବିକାଶ ସୁନ୍ଦରପଦାରେ ରୁହନ୍ତି । ତାଙ୍କ ସ୍ତ୍ରୀ ତ୍ସୀ ବର୍ଷା ପ୍ରଧାନ ଓ ୧୧ମାସର ଝିଅ ନିଖୋଜ ହୋଇଥିବା ନେଇ ବିକାଶ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ସେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧୀନ ବରଗାଁ ଅଂଚଳର ବର୍ଷାଙ୍କୁ ଦେଢ଼ ବର୍ଷ ହେଲା ବିବାହା କରିଥିଲେ । ତାଙ୍କର ୧୧ମାସ ହେଲା ଝିଅଟିଏ ହୋଇଛି । ଗତ ରାତିରେ ବର୍ଷା ଓ ଝିଅ କେଉଁଆଡ଼େ ନିଖୋଜ ହୋଇ ଯାଇଛନ୍ତି । ତାଙ୍କୁ ତୁରନ୍ତ ଖୋଜି ଆଣିବାକୁ ସେ ପୋଲିସ୍‌ ନିକଟରେ ନିବେଦନ କରିଛନ୍ତି। ବିକାଶ ସୁନ୍ଦତରପଦାରେ ରହି ବ୍ୟବସାୟ କରୁଥିବା ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.