ବାକିରେ ଚାଲିଥିଲା ମହାଠକ ରମେଶ ସ୍ବାଇଁର ସବୁ ବ୍ୟବସାୟ, ମୁହଁ ଖୋଲିଲେ କେୟାରଟେକର
କେନ୍ୟୁଜ୍(ବ୍ୟୁରୋ): ଦିନ ଗଡୁଛି । ସାମ୍ନାକୁ ଆସୁଛି ନକଲି ଡାକ୍ତରର ନୂଆ ନୂଆ କାରନାମା । ମୁହଁ ଖୋଲିଲେ ଧୂର୍ତ୍ତ ରମେଶ ସ୍ୱାଇଁର କେୟାରଟେକର ନୃସିଂହ ରାଉତ । ବାକିରେ ସବୁ ବ୍ୟବସାୟ ଚାଲିଥିଲା । ୧୦ ବର୍ଷ ହେଲା କାମାକ୍ଷାନଗରରେ କ୍ଲିନିକ ଖୋଲି ଡାକ୍ତର ସାଜିଥିଲା ମହାଠକ ରମେଶ । ବନିଥିଲା ହାଡ଼ଭଙ୍ଗା ସ୍ପେସାଲିଷ୍ଟ । କ୍ଲିନିକରେ ମେଡ଼ିସିନ ରିପ୍ରେଣ୍ଟେଟିଭଙ୍କର ଲାଗୁଥିଲା ଲମ୍ବା ଲାଇନ । ମୋବାଇଲ ଫୋନ ମାଧ୍ୟମରେ ରମେଶର ଦ୍ୱିତୀୟ ପତ୍ନୀ ଟିପ୍ସ ଦେଉଥିଲେ ବୋଲି କେୟାର ଟେକର କହିଛି ।
ସେପଟେ ମହାଠକ ରମେଶ ଓ ତା’ର ମିଛେଇ ଭଉଣୀ ରଶ୍ମିତା ବେଉରିଆକୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି କମିଶନରେଟ ପୋଲିସ । ରିମାଣ୍ଡରେ ଆଣି ଜେରା ବେଳେ ଭାଇ ଭଉଣୀଙ୍କ ମୁହଁରୁ ଠକେଇ ନେଇ ନାନା ଗୁମର ଖୋଲିବ । ଜେରା ବେଳେ ବହୁ ଭୁଲ ତଥ୍ୟ ଦେଇଛି ଅଭିଯୁକ୍ତ ରମେଶ ସ୍ୱାଇଁ । ଦରକାର ପଡ଼ିଲେ ତାର ପଲିଗ୍ରାଫ ଟେଷ୍ଟ କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ପୋଲିସ ରାଡାରରେ ଏବେ ରମେଶର ଦ୍ୱିତୀୟ ପତ୍ନୀ, ଭିଣୋଇ ଓ ଡ୍ରାଇଭର । ସେମାନଙ୍କୁ ଧରିବା ପାଇଁ ୫ ଦିନ ହେବ ରାଜ୍ୟ ବାହାରେ ଡେରା ପକାଇଛି ପୋଲିସ ଟିମ । ରମେଶର ୧୫ଟି ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଆସିବା ପରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇବ ପୋଲିସ । ଚାର୍ ସୋ ବିସ ରମେଶ ବିଭିନ୍ନ ପ୍ରକାର ଠକେଇ ଘଟଣାରେ ସଂପୃକ୍ତ । ମିଠା ମିଠା କଥା କହି ସେ ରାଜ୍ୟ ଓ ରାଜ୍ୟ ବାହାରେ ୧୯ ଜଣ ମହିଳାଙ୍କୁ ବିବାହ କରିଛି । ଗିରଫ ହେବା ପରେ ତା ନାଁରେ ମାମଲା ବଢ଼ିବାରେ ଲାଗିଛ