ହିଟ୍‌ ଆଣ୍ଡ୍‌ ରନ୍‌ରେ ମୃତ୍ୟୁ ପାଇଁ କ୍ଷତିପୂରଣ ୮ ଗୁଣା ବଢ଼ିଲା, ଏବେ ମୃତ୍ୟୁ ହେଲେ ମିଳିବ ୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ :  ଆଗାମୀ ଏପ୍ରିଲ ୧ ରୁ ହିଟ୍‌ ଆଣ୍ଡ୍‌ ରନ୍‌(Hit & Run) ମାମଲାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି ୨ ଲକ୍ଷ ଟଙ୍କା ମିଳିବ ବୋଲି ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହୋଇଛି | ପୂର୍ବରୁ ଏହି ରାଶି ୨୫୦୦୦ ଟଙ୍କା ଥିଲା | ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ଆଶ୍ୱସ୍ତି ଦେବା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି |

ସେହିପରି ନୂତନ ବିଜ୍ଞପ୍ତି ଅନୁସାରେ ଗୁରୁତର ଆହତ ବ୍ୟକ୍ତିଙ୍କ କ୍ଷତିପୂରଣ ରାଶି ମଧ୍ୟ ୧୨,୫୦୦ ରୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି |
ମନ୍ତ୍ରଣାଳୟ ଅନୁସାରେ ଏହି ଯୋଜନାର ନାମ ରଖାଯାଇଛି ‘ହିଟ୍ ଆଣ୍ଡ ରନ୍ ମୋଟର ଦୁର୍ଘଟଣା ଯୋଜନା | ପୂର୍ବରୁ ଯୋଜନାର ଅନ୍ୟ ଏକ ନାମ ଥିଲା | ତେବେ ଏହି ଯୋଜନା ଏପ୍ରିଲ୍ ୨୦୨୨ରୁ ଏହା କାର୍ଯ୍ୟକାରୀ ହେବ |

୮ଗୁଣ ବୃଦ୍ଧି ପାଇଲା କ୍ଷତିପୂରଣ :

ହିଟ୍‌ ଆଣ୍ଡ୍‌ ରନ୍ ମାମଲାରେ ମୃତ୍ୟୁ ପାଇଁ କ୍ଷତିପୂରଣ ୮ ଗୁଣା ବଢ଼ିଛି | ଫଳରେ ଏବେ ମୃତ୍ୟୁ ହେଲେ କ୍ଷତିପୂରଣ ରାଶି ୨ ଲକ୍ଷ ଟଙ୍କା
ମିଳିବ | ବର୍ତ୍ତମାନ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଜୀବନ ହାରିଲେ ପରିବାରକୁ ୨୫୦୦୦ ଟଙ୍କା ମିଳୁଥିଲା | ସେହିପରି ଗୁରୁତର ଆହତଙ୍କ ପାଇଁ କ୍ଷତିପୂରଣ ରାଶି ବୃଦ୍ଧି ପାଇ ୫୦,୦୦୦ଟଙ୍କା ହୋଇଛି |

କ୍ଷତିପୂରଣ ପାଇଁ ଆବେଦନ କରିବା ଏବଂ ପୀଡିତଙ୍କୁ ଦେୟ ପ୍ରଦାନ ପ୍ରକ୍ରିୟା ପାଇଁ ମଧ୍ୟ ସମୟସୀମା ସ୍ଥିର କରାଯାଇଛି ବୋଲି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଏକ ବିଜ୍ଞପ୍ତିରେ କୁହାଯାଇଛି |

ଖୁବ ଶୀଘ୍ର ସରକାର ଏକ ମୋଟର ଭେଇକିଲ ଆକ୍ସିଡେଣ୍ଟ ଫଣ୍ଡ ସୃଷ୍ଟି କରିବାକୁ ଯାଉଛନ୍ତି | ଫଳରେ ପୀଡିତ ପରିବାରକୁ ଅନୁକମ୍ପା ରାଶି ଦେବାରେ ଯେପରି ଅସୁବିଧା ନହୁଏ |

ହିଟ୍ ଆଣ୍ଡ୍‌ ରନ୍ ମାମଲା କ’ଣ ?

ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ ଧକ୍କା ଦେବା ପରେ ଗାଡିର ଡ୍ରାଇଭର ପଳାୟନ ଘଟଣାକୁ ହିଟ୍ ଏବଂ ରନ୍ କୁହାଯାଏ । ଭାରତରେ ଏପରି ଅନେକ ଘଟଣା ଦେଖିବାକୁ ମିଳେ । ବଲିଉଡ଼ର ଜଣେ ବଡ଼ ତାରକା ଏହି ମାମଲାରେ କାଠଗଡ଼ାକୁ ମଧ୍ୟ ଟଣା ହୋଇସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.