ବାକି ସବୁକୁ କରନ୍ତୁ ବାୟ ବାୟ, ମାତ୍ର ୨୦୦ ଟଙ୍କାରେ ମଶାଙ୍କ ଉତପାତକୁ ଏମିତି କରନ୍ତୁ ବନ୍ଦ

ଗରମ ଋତୁ ଆସିସାରିଲାଣି। ଧିରେ ଧିରେ ଗରମ ବଢ଼ୁଛି ଏବଂ ତାସହିତ ଆଉ ଏକ ସମସ୍ୟା ହେଉଛି ମଶା। ଗରମ ଦିନରେ ମଶାମାନେ ଭାରି ହଇରାଣ କରନ୍ତି। ଏମିତି ମଶାଙ୍କୁ ଘଉଡାଇବା ପାଇଁ ଅନେକ ପ୍ରଡକ୍ଟସ ମିଳିଥାଏ, କିଏ ମସକିଟୋ କଏଲ, ରାକେଟ ଏବଂ ମସ୍କିଟୋ ରେପଲେଣ୍ଟର ବ୍ୟବହାର କରନ୍ତି। ଅଲଆଉଟ କିମ୍ବା ମୋର୍ଟିନ ଭଳି ପ୍ରଡକ୍ଟ ବହୁତ ଲୋକପ୍ରିୟ। ଏହି ପ୍ରଡକ୍ଟସକୁ ବ୍ୟବହାର କରିବାରେ ବହୁତ ପରିଶ୍ରମ ଲାଗିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଡିଭାଇସ ବିଷୟରେ କହିବୁ, ଯାହାକୁ ଲଗାଇବା ଦ୍ୱାରା ହିଁ ସବୁ ମଶା ଇନଷ୍ଟାଣ୍ଟ ମରିଯିବେ। ତାହେଲେ ଆସନ୍ତୁ ଜାଣିବା ଏହି ଡିଭାଇସ ବିଷୟରେ।

ଫ୍ଲିପକାର୍ଟରେ ମଶାଙ୍କୁ ମାରିବାର ଅନେକ ପ୍ରଡକ୍ଟ ମିଳୁଛି। ଏହି ପ୍ରଡକ୍ଟସରେ ମସ୍କିଟୋ କିଲର ଲାଇଟ ଇଲେକଟ୍ରିକ ବୋର୍ଡରେ ପ୍ଲଗ ଇନ କରି ୟୁଜ କରାଯାଇହେବ। ଏହା ୫ ଓ୍ଵାଟ ସପୋର୍ଟ କରିଥାଏ। ଏହା ନାଇଟ୍‌ ଲ୍ୟାମ୍ପର ବି କାମ କରିଥାଏ।

ଏମିତି ମରନ୍ତି ମଶା

ଡିଭାଇସ୍‌ ଭିତରେ ବ୍ଲୁ ଲାଇଟ ଦିଆଯାଇଛି। ଯେମିତି ହିଁ ଏହାକୁ ପ୍ଲଗ ଇନ କରାଯିବ ଏହା ଅନ୍‌ ହୋଇଯିବ। ଏହାପରେ ଯେତେବେଳେ ରୁମ ଅନ୍ଧାର ହେବ ସେତେବେଳେ ଏହାର ଲାଇଟ ମଶାଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ। ଯେମିତି ହିଁ ମଶା ଏହି ଡିଭାଇସ ପାଖକୁ ଆସିଥାଏ, ତେବେ ମଶା ଏହା ଭିତରକୁ ଯିବାକୁ ଚେଷ୍ଟା କରିଥାଏ। ସେତେବେଳେ ଏଥିରେ ଲଗାହୋଇଥିବା ଟ୍ରାପ ମଶାଙ୍କୁ ମାରିବା କାମ କରିଥାଏ।

ଏହାଛଡା ଆପଣ ମସ୍କିଟୋ ରେପଲେଣ୍ଟର ମଧ୍ୟ ବ୍ୟବହାର କରିପାରିବେ। ମାର୍କେଟରେ ଅଲଆଉଟ୍‌ ଏବଂ ଗୁଡନାଇଟ ଭଳି ଅନେକ କମ୍ପାନୀର ରେପଲେଣ୍ଟ ମିଳୁଛି, ଯାହାକୁ ଲୋକମାନେ ବହୁତ ଭାବେ ବ୍ୟବହାର ମଧ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.