ମଙ୍ଗଳରେ ଏ କେଉଁ ଫୁଲ ? ବୈଜ୍ଞାନିକ ହେଲେ ଆଶ୍ଚର୍ଯ୍ୟ

ଆମ ବୈଜ୍ଞାନିକମାନେ ମହାକାଶକୁ ନେଇ ଅହରହ ଚଳାଇଛନ୍ତି ଗବେଷଣା । ଆଉ ଏହାରି ଭିତରେ କେବେ କେବେ ଏଭଳି ତଥ୍ୟ ସାମନାକୁ ଆସେ ଯାହା ମଣିଷକୁ ଆଶ୍ଚର୍ଯ୍ୟ କରିଦିଏ । ବେଳେ ବେଳେ ମହାକାଶ ସମ୍ବନ୍ଧୀୟ ଖବର ସମସ୍ତଙ୍କୁ ଚକିତ କରାଏ । ସେମିତି ଏକ ଖବର ଏବେ ସାମନାକୁ ଆସିଛି ଯାହା ଜିଜ୍ଞାସାକୁ ବଢାଇବା ସହ ଏହା ପଛର କଣ କାରଣ ତାକୁ ନେଇ ଆଲୋଚ୍ୟର ପ୍ରସଙ୍ଗ ହୋଇଛି ।

ମଙ୍ଗଳ ଗ୍ରହରୁ ଏକ ଚିତ୍ର ଆସିଛି ଯାହା ଦେଖିବା ପରେ ବୈଜ୍ଞାନିକମାନେ ଏହି ଫଟୋକୁ ନେଇ ଗଳାଇଛନ୍ତି ଗବେଷଣା । ପ୍ରଥମେ ଏହି ଚିତ୍ରକୁ ଦେଖି ଯାହା ଲାଗୁଥିଲା ଏହା ଏକ ଫୁଲ ଅଟେ । କିନ୍ତୁ ଅନୁସନ୍ଧାନ ପରେ ଜଣାପଡିଥିଲା କି ଏହା ଏକ ପଥର ଅଟେ ଯାହା ଫୁଲର ଆକାର ନେଇଛି । ଏହି ଫଟୋକୁ ନାସା ତାର କ୍ୟାମେରାରେ କଏଦ କରିଛି । ବୈଜ୍ଞାନିକଙ୍କର ମାନିବା କଥା କି ଏହାର ନିର୍ମାଣ ବହୁତ ହି ରୋଚକ ଅଟେ । ଯେଉଁଥିପାଇଁ ଏହା ଉପରେ ଚର୍ଚ୍ଚା ହେଉଛି ।

ଏକ ରିପୋର୍ଟ ଅନୁଯାୟୀ ଏହି ଖାସ ଫୁଲ ଭଳି ଦେଖାଯାଉଥିବା ପଥରର ନିର୍ମାଣ ବିଭିନ୍ନ ପ୍ରକାରର ଖଣିଜ ପଦାର୍ଣ ମିଶିବା ପରେ ହୋଇଛି । ତେଣୁ ଏହି ଫୁଲ ଅନେକ ଖଣିଜ ପଦାର୍ଥର ସମିଶ୍ରଣ ଅଟେ । ଏଭଳି ଆକୃତି ଯାହା ଅଲଗା ଅଲଗା ଖଣିଜ ପଦାର୍ଥ ମିଶିବା ପରେ ହିଁ ହୋଇଥାଏ । ଏହାକୁ ଡାଇଜେନେଟିକ କ୍ରିଷ୍ଟାଲ କ୍ଲଷ୍ଟର କୁହାଯାଏ ।

କ୍ୟୁରୋସିଟି ମିଶନର ଡେପୁଟି ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ଏବିଜିଲ ପ୍ରେମୈନଙ୍କ ଟ୍ଵିଟ ମୁତାବାକ ଏହା ଏଭଳି ଆକୃତି ହୋଇଥାଏ ଯାହା ଲୁଣରୁ ନିର୍ମାଣ ହୋଇଥାଏ । ଯାହାକୁ ସଲଫେଟ୍ସ କୁହାଯାଏ । ଏହା କିଛି ସମୟ ପରେ ଉଭାନ ମଧ୍ୟ ହୋଇଯାଏ । ଏହା ସେତେବେଳେ ହୋଇଥାଏ ଯେବେ ଏକ ବଡ ପଥର ଉପରେ ଖଣିଜ ପଦାର୍ଥର କଣିକା ସବୁ ମିଳିଥାଏ । ବାୟୁ ଚଳାଚଳ ହେତୁ ପବନର ଗତି ହିସାବରେ ଏହାର ଆକାର ମଧ୍ୟ ବଦଳୁଥିବା ଦେଖିବାକୁ ମିଳିଛି ।

ବୈଜ୍ଞାନିକମାନେ ଏହାକୁ ବ୍ଲାକସଲ୍ଟ ର ନାମ ଦେଇଛନ୍ତି । ଏହି ଫୁଲ ପରି ଦେଖାଯାଉଥିବା ପଥରକୁ ନାସାର ବୈଜ୍ଞାନିକମାନେ ଗତ ସପ୍ତାହରେ କ୍ୟୁରୋସିଟି ରୋଭର ଉପରେ ଲଗାଯାଇଥିବା ହ୍ୟାଣ୍ଡ ଲେନ୍ସ ଇମେଜ ସାହାଯ୍ୟରେ ଦେଖିଥିଲେ । ଏହି କ୍ୟାମେରା ବହୁତ ପାଖରୁ ଇମେଜ ନେବା ପାଇଁ ସକ୍ଷମ ହୋଇଥାଏ । ଫଳରେ ଏହା ବିଷୟରେ ଅନେକ କିଛି ତଥ୍ୟ ପଦାକୁ ଆସିପାରୁଛି । ଯେମିତି ଏହି ଖଣିଜ ପଦାର୍ଥ ବିଷୟରେ ଅନେକ କିଛି ତଥ୍ୟ ମିଳିପାରୁଛି ।

କ୍ୟୁରୋସିଟି ରୋଭର ଦ୍ୱାରା ମଙ୍ଗଳ ଗ୍ରହ ବିଷୟରେ ଅନେକ କିଛି ତଥ୍ୟ ମିଳିପାରୁଛି । ଯେମିତିକି ଏବେ ଏବେ ଏକ ପଥର ସାମନାକୁ ଆସିଛି । ଏହି ପଥରଟି ଏଭଳି ଥିବାର ଦେଖାଯାଉଛି ଯେମିତିକି ଜଣେ ଭାବିବ କି କେହି ଜଣେ ସେଇଠି ରଖିଦେଇ ଯାଇଛି । କିନ୍ତୁ କହିରଖୁଛୁ ଏହାକୁ ନେଇ ଏବେ ଗବେଷଣା ଚାଲିଛି । ଯାହାଦ୍ୱାରା ମଙ୍ଗଳ ଉପରେ ପରବର୍ତ୍ତୀ ସମୟରେ ଅନ୍ୟକିଛି ତଥ୍ୟ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.