ତହସିଲ ପ୍ରଶାସନର ଚଞ୍ଚକତା, ବେଆଇନ ମ୍ୟୁଟେସନ ବିରୋଧରେ ଥାନାରେ ଏତଲା
ବେଆଇନ ମ୍ୟୁଟେସନ ବିରୋଧରେ ଥାନାରେ ଏତଲା । ଖାଲି ଏତଲା ଅଟକି ନାହିଁ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓଡ଼ିଶା, ଭିଜିଲାନ୍ସ ଓ ବିଭିନ୍ନ ନ୍ୟାୟ ଫୋରମ୍ ରେ ଅଭିଯୋଗ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଂଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସାଲେପୁର(କେନ୍ୟୁଜ୍) : ତହସିଲ ପ୍ରଶାସନର ଚଞ୍ଚକତା । ବେଆଇନ ମ୍ୟୁଟେସନ ବିରୋଧରେ ଥାନାରେ ଏତଲା । ଖାଲି ଏତଲା ଅଟକି ନାହିଁ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓଡ଼ିଶା, ଭିଜିଲାନ୍ସ ଓ ବିଭିନ୍ନ ନ୍ୟାୟ ଫୋରମ୍ ରେ ଅଭିଯୋଗ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଂଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସ୍ଥାନୀୟ ରାଜସ୍ୱ ବିଭାଗର କର୍ମଚାରୀ ଓ ଜମି ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଜମି ମାଲିକଙ୍କୁ ହରାଇବାକୁ ପଡିଛି ସମ୍ପତ୍ତିରୁ ମାଲିକାନା ସତ୍ୱ।
ମୋଟା ଅଙ୍କର ହାତଗୁଂଜା ନେଇ ଜମି ଦଲାଲଙ୍କୁ ରାତାରାତ୍ ଟେକି ଦିଆ ଯାଇଛି ସମ୍ପତ୍ତିର ଅଧିକାର । ଅନ୍ୟ ପକ୍ଷରେ ବର୍ଷ ବର୍ଷର ପୈତୃକ ସମ୍ପତି ଉପରୁ ପ୍ରକୃତ ଜମି ମାଲିକଙ୍କୁ ନିଜ ଅଧିକାର ହରାଇବାକୁ ପଡିଛି । ରାତାରାତି ଏହି ଜମିର ଦାଖଲ ଖାରଜ କେଶ୍ ଫଇସଲା କରାଯାଇ ଜମିର ମାଲିକାନା ସତ୍ୱରେ ପରିବର୍ତ୍ତନ କରାଯାଇଥିବାରୁ ଏହାକୁ ନେଇ ନିଶ୍ଚିନ୍ତକୋଇଲି ଥାନାରେ ହୋଇଛି ଏତଲା ।
ସୂଚନା ମୁତାବକ ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ଵର ପୁବଂଶ ଗାଁ’ର ପ୍ରଫୁଲ୍ଲ କୁମାର ସିଂହଙ୍କ ନାମରେ ନେମାଳ ଥାନା ମାଣିକପୁର ଗାଁ’ରେ ୭ ଗୋଟି ଚାଷ ଜମି ରହିଥିବା ବେଳେ ଚଞ୍ଚକତା କରି ୬ ଗୋଟି ଜମି କୁ ଅନ୍ୟ ନାମରେ ମାଲିକାନା କରି ଦିଆଯାଇଛି। ତେବେ ସେ ଏହାର ଜଳକର ଓ ଖଜଣା ପ୍ରଦାନ କରୁଥିଲେ ହେଁ’ ତା’ଙ୍କ ଅଗୋଚରରେ ନିଶ୍ଚିନ୍ତକୋଇଲି ତହସିଲଦାର ଏବଂ ସ୍ଥାନୀୟ କଳମିଶ୍ରି ରାଜସ୍ୱ ନୀରକ୍ଷକ ଓ ତହସିଲର କିଛି ଅସାଧୁ କର୍ମଚାରୀ ଚଞ୍ଚକତା କରି ଉକ୍ତ ଜମିର ମାଲିକାନା ସତ୍ଵକୁ ଜମିର ପ୍ରକୃତ ମାଲିକଙ୍କୁ ନଜଣା ଯାଇ ଅର୍ଥାତ୍ ଅନ୍ଧାରରେ ରଖାଯାଇ ମାଲାକାନା ପରିବର୍ତ୍ତନ କରାଯାଇଛି।
ଏପଟେ ଏହି ଘଟଣା ଜାଣିବା ପରେ ପ୍ରଫୁଲ୍ଲଙ୍କ ପୁଅ ସୁବ୍ରତ କୁମାର ସିଂହ ନିଶ୍ଚିନ୍ତକୋଇଲି ଥାନାରେ ତତ୍ କାଳୀନ କଳମିଶ୍ରି ପଂଚାୟତ ରାଜସ୍ୱ ନିରୀକ୍ଷକ ଅଜୟ କୁମାର ମନ୍ତ୍ରୀ, ତତ୍ କାଳୀନ ଅତିରିକ୍ତ ତହସିଲଦାର।ର କ୍ରୀଷ୍ଣା ପାଢ଼ୀ ଏବଂ ନିଶ୍ଚିନ୍ତକୋଇଲି ତହସିଲଦାର ଦିଲୀପ କୁମାର ନାୟକ ଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ନପାଇଲେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ।
ବୃଦ୍ଧ ପ୍ରଫୁଲଙ୍କ ମା ‘ ଏହି ଜମିର ପ୍ରକୃତ ମାଲିକ ଥିଲେ । ମାଆଙ୍କ ମୃତ୍ୟୁ ପରେ ପୁଅ ପ୍ରଫୁଲ୍ଲଙ୍କ ନାମରେ ଉକ୍ତ ଜମିର ମାଲିକାନା ସତ୍ୱ ଉତ୍ତରାଧିକାରୀ ସୂତ୍ରରେ ଦାଖଲ ଖାରଜ ପରେ ପଟ୍ଟା ପ୍ରଦାନ କରାଯାଇ ଥିଲା । କିନ୍ତୁ ପ୍ରଫୁଲ୍ଲ ଗୁରୁତର ଅସୁସ୍ଥ ଥିବାର ସୁଯୋଗ ନେଇ, ନୁଶ୍ଚିନ୍ତକୋଇଲି ତହସିଲ ପ୍ରଶାସନ ବେଆଇନି ଭାବେ ଉପରୋକ୍ତ ଜମିର ଦାଖଲ ଖାରଜ କରାଇ ଦେଇଛନ୍ତି ।
ପ୍ରଫୁଲ୍ଲଙ୍କ ପୁଅ ଥାନାରେ ଅଭିଯୋଗ କରି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିବା ପରେ ପୋଲିସ ଓ ଜିଲ୍ଲା ପ୍ରଶାସନ ଏହି ବେଆଇନି ଜମି କେଳେଙ୍କାରୀ ଘଟଣାରେ ଜଡିତ ଅସାଧୁ ବ୍ୟକ୍ତିଙ୍କ ଉପରେ କି ପଦକ୍ଷେପ ନେଉଛି, ସେକଥା ଦେଖିବାକୁ ବାକି ରହିଲା।