ପାକିସ୍ତାନକୁ ମିଳିବନି ପାଣି, ଭାରତ ବନ୍ଦ କରିବ ସିନ୍ଧୁ ନଦୀ ଜଳ ଚୁକ୍ତି

ଆଉ ପାକିସ୍ତାନକୁ ମିଳିବନି ପାଣି । ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀରେ ପରିଣତ ହୋଇଥିବା ପାକିସ୍ତାନର ପାଣି ବନ୍ଦ ହେବାକୁ ଯାଉଛି । ପାକିସ୍ତାନ ସହ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ଆଗକୁ ବଢ଼ାଇବାକୁ ଚାହୁଁନି ଭାରତ ।

ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ପାକିସ୍ତାନକୁ ଆଉ ମିଳିବନି ପାଣି । ଦୀର୍ଘ ଦିନ ହେବ ଆର୍ଥିକ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ । ଦିନକୁ ଦୁଇ ଓଳି ଖାଇବାକୁ ପାଉନାହାନ୍ତି ଏଠାକାର ଲୋକେ । ଖାଦ୍ୟ ପେଟ୍ରୋଲର ଅଭାବ ତ ଲାଗି ରହିଛି କିନ୍ତୁ ଏବେ ପାଣି ପାଇଁ ବି ସଂଘର୍ଷ କରିବ ପାକିସ୍ତାନ । ଆଉ ପାକିସ୍ତାନକୁ ମିଳିବନି ପାଣି । ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀରେ ପରିଣତ ହୋଇଥିବା ପାକିସ୍ତାନର ପାଣି ବନ୍ଦ ହେବାକୁ ଯାଉଛି । ପାକିସ୍ତାନ ସହ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ଆଗକୁ ବଢ଼ାଇବାକୁ ଚାହୁଁନି ଭାରତ । ଏହା ଦ୍ୱାରା ପାକିସ୍ତାନର ସମସ୍ୟା ନିଶ୍ଚିତ ବଢ଼ିବ । ଏହି ମାମଲାରେ ଭିଏନାର ଜଣେ ନିରପେକ୍ଷ ବିଶେଷଜ୍ଞଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଭାରତ ଏହି ପ୍ରସଙ୍ଗରେ ନିଜର କଥାକୁ ସ୍ପଷ୍ଟ କରିଛି । ସୂଚନାଥାଉ କି ଜାମ୍ମୁ କାଶ୍ମୀରର କିଶନଗଙ୍ଗା ଏବଂ ରତେଲ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଉପୁଜିଛି । ପାକିସ୍ତାନ ଏହି ବିବାଦର ସମାଧାନ ଚାହୁଁଛି । କିନ୍ତୁ ଆତଙ୍କବାଦ ବିସ୍ତାର କରୁଥିବା ପାକିସ୍ତାନକୁ ଭାରତ ପାଣି ଦେବାକୁ ଚାହୁଁ ନାହିଁ ।

ଭାରତର ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଦେଶର ମୁଖ୍ୟ ଆଡଭୋକେଟ ହରିଶ ସାଲେ୍ଵ ଏହି ବୈଠକରେ ଉପସ୍ଥିତ ଥିଲେ । ‘ଜଳ ସମ୍ପଦ’ ବିଭାଗର ସଚିବଙ୍କ ନେତୃତ୍ୱରେ ଭାରତର ଏକ ପ୍ରତିନିଧି ଦଳ, ୨୦ ଏବଂ ୨୧ ସେପ୍ଟେମ୍ବରରେ ଭିଏନାରେ ସ୍ଥାୟୀ ମଧ୍ୟସ୍ଥତା ନ୍ୟାୟାଳୟରେ କିଶନଗଙ୍ଗା ଏବଂ ରତେଲ ମାମଲାରେ ନିରପେକ୍ଷ ବିଶେଷଜ୍ଞଙ୍କ ବୈଠକରେ ଅଂଶଗ୍ରହଣ କରିଥିଲେ । ମଧ୍ୟସ୍ଥଳା ନ୍ୟାୟଳୟରେ ଭାରତ ନିଜ ପକ୍ଷ ଦେଇ ସାରିଛି । ଏହା ପରେ ପାକିସ୍ତାନରେ ଆତଙ୍କ ଖେଳିଯାଇଛି । ଯଦି ଭାରତ ପାକିସ୍ତାନକୁ ଜଳ ଦେବା ବନ୍ଦ କରେ ତେବେ ପାକିସ୍ତାନ ଶୋଷରେ ମରିବାକୁ କେହି ରକ୍ଷା କରି ପାରିବେ ନାହିଁ ।

ପାକିସ୍ତାନର ଅବସ୍ଥା ବର୍ତ୍ତମାନ ଏତେ ଖରାପ ଯେ ଏଠାରେ ଲୋକଙ୍କୁ ଦୁଇ ଓଳିର ଖାଇବା ମଧ୍ୟ ମିଳୁନି । ପାକିସ୍ତାନ ଭୋକରେ ଆଉଟୁ ପାଉଟୁ ହେଉଛି । ଅଟା, ଡାଲି ଏବଂ ଚାଉଳ ପାଇଁ ଲୋକମାନେ ନିଜ ନିଜ ଭିତରେ ମାରପିଟ କରୁଛନ୍ତି । ପାକିସ୍ତାନର ଆଭ୍ୟନ୍ତରୀଣ ଅବସ୍ଥାର ଚିତ୍ର ସମଗ୍ର ଦୁନିଆ ଦେଖୁଛି । ଦରଦାମ ବୃଦ୍ଧି ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି । ପାକିସ୍ତାନୀଙ୍କୁ ପେଟ ପୁରା ଖାଇବା ମିଳୁନି । ବର୍ତ୍ତମାନ ଯାଏଁ ଭୋକ ଏବଂ ଆର୍ଥିକ ସଙ୍କଟରେ ପଡ଼ିଥିବା ପାକିସ୍ତାନ ଏବେ ଶୋଷରେ ମରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଭାରତ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ନଦୀ ଜଳ ଚୁକ୍ତି ଭାଙ୍ଗିବା ମୁଡରେ ଅଛି । ଯଦି ଭାରତ ଏହି ଚୁକ୍ତି ଭାଙ୍ଗେ ତେବେ ପାକିସ୍ତାନ ଶୋଷରେ ମରିବ । ପାକିସ୍ତାନକୁ ଜଣା ଅଛି ଯଦି ଭାରତ ପାଣି ବନ୍ଦ କରିଦିଏ ତେବେ ପାକିସ୍ତାନର ଅବସ୍ଥା ଶୋଚନୀୟ ହୋଇଯିବ । ତେଣୁ ପାକିସ୍ତାନ ଭାରତକୁ ଦୟା ଦେଖାଇବା ପାଇଁ ଅନୁରୋଧ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.