Below header

ଶୀତ କାକରରେ କଟିଲା ରାତି, ବୃଦ୍ଧ ପିତା ମାତା’ଙ୍କୁ ଘରୁ ତଡି ଦେଲା ନେଭାଲରେ ଚାକିରି କରିଥିବା ପୁଅ

ବାଲେଶ୍ୱର(କେନ୍ଯୁଜ୍): ଘରେ ପୁଅଟିଏ ଜନ୍ମ ହେଲେ ବାପା ମା’ ଙ୍କ କେତେ ଖୁସି ହୁଅନ୍ତି । ଏଥିପାଇଁ କେତେ ଦିଅଁ ଦେବତାଙ୍କୁ ମାନସିକ କରି ପୂଜା କରିଥାନ୍ତି। ଆଶା କରିଥାନ୍ତି ପୁଅ ବାର୍ଦ୍ଧକ୍ୟରେ ଆଶାବାଡ଼ି ପରି ସାହା ହେବ । ଭଲ ମଣିଷ ଟିଏ ହେବ। ହେଲେ ସେହି ପୁଅ ପାଠଶାଠ ପଢି ଚାକିରୀ କଲା ପରେ ଯଦି ନିଜ ପିତା ମାତାଙ୍କୁ ନିଯ୍ଯାତନା ଦିଏ, ତେବେ ତାକୁ କଣ କହିବ ଏ ସମାଜ ।

ଏଭଳି ଏକ ଅମାନବୀୟ ଘଟଣା ବାଲେଶ୍ୱର ସହର ଉପକଣ୍ଠ ଦହପଡ଼ା ପଂଚାୟତର କଣ୍ଟାବଣିଆ ଗାଁରେ ଦେଖିବାକୁ ମିଳିଛି ।  ବୃଦ୍ଧ ଜଣଙ୍କ ଦିନ ମଜୁରୀ କରୁଥିଲେ ଓ ଆଉ ବୃଦ୍ଧା ଜଣଙ୍କ ପର ଘରେ ଖଟି ଛୁଆ ପିଲାଙ୍କ ମୁହଁ ରେ ଦାନା ଯୋଗାଉ ଥିଲେ । କେବଳ ସେତିକି ନୁହେଁ ପୁଅକୁ ପାଠ ପଢାଇବା ପାଇଁ ପର ଆଗରେ ହାତ ମଧ୍ୟ ପତାଇଥିଲେ । ସେହି ପୁଅ ଦିନେ ନାଭାଲରେ ଚାକିରି କଲା । ବାପା ମାଙ୍କୁ ଲାଗିଲା ଯାହା ହଉ ତାଙ୍କ କଷ୍ଟ ସାର୍ଥକ ହେଲା। ସେ ଦେଖିଥିବା ସବୁ ସ୍ବପକନ ପୂରଣ ହେଲା। ହେଲେ କଣ ହଉ ପୁଅ ବାହାଘର ପରେ ବଦଳି ଯାଇ ଅନ୍ଯ କଥାରେ ପରିଚାଳିତ ହୋଇ ଏବେ ହରାଇ ବସିଛି ମାନବିକତା।

ଗତକାଲି କିଛି ଗୁଣ୍ଡା ଶ୍ରେଣୀୟ ଯୁବକ ସହ ଆସି ବାପା ଓ ମା ଙ୍କୁ ମାରପିଟ,ଘୋଷରା ଟଣା କରି ଘରୁ ବାହାର କରି ଦେଇଛି। ଏହି ଘଟଣା ଏବେ ସମସ୍ତଙ୍କୁ ବ୍ଯତିବ୍ଯସ୍ତ କରିଦେଇଛି। ଗ୍ରାମର ବୟସ୍କ ବ୍ଯକ୍ତି ଶେଖ ଆନିଶୁଦ୍ଦିନ ଏବଂ ପତ୍ନୀ ଜମିଲା ବିବିଙ୍କୁ ତାଙ୍କ ଚାକିରିଆ ପୁଅ ବୋହୁ ଏଭଳି ଭାବେ ଘରୁ ତଡି ଦେଇଛନ୍ତି । ଗ୍ରାମବାସୀ ବିରୋଧ କରିବାରୁ ସେମାନେ ଗୁଣ୍ଡା ଲଗାଇ ଧମକ ଚମକ ଦେଇ ସେମାନଙ୍କୁ ଚୁପ କରାଇଦେଇଥିଲେ । ଉଚ୍ଚଶିକ୍ଷିତ ପୁଅ ଏବେ ନୌ ସେନା ବାହିନୀ ରେ ଫ୍ଲାଇଟ ଇଞ୍ଜିନିଅର ଭାବେ କାମକରୁଥିବାବେଳେ, ପାଞ୍ଚ ଛ ବର୍ଷ ହେଲା ବାପା ମା ‘ଙ୍କୁ ପଚାରୁ ନାହିଁ । ଏଭଳିକି ଭଉଣୀ ମାନଙ୍କ ବାହାଘର ରେ ମଧ୍ୟ କୌଣସି ପ୍ରକାରର ସାହାଯ୍ଯ, ସହଯୋଗ କଲା ନାହିଁ। ଏତିକିରେ ବି ତା ମନ ବୁଝିଲାନି ଏବେ ବୃଦ୍ଧ ପିତା ମାତାଙ୍କୁ ଘରୁ ତଡି ଦେଇ ତାଲା ପକାଇ ଦେଇଥିବା ଘଟଣା ଦେଖିବାକୁ ମିଳିଛି ।

ସହଦେଖୁଣ୍ଟା ଆଦର୍ଶ ଥାନାରେ ଏନେଇ ଗତକାଲି ରାତିରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଗ୍ରାମବାସୀ ବୃଦ୍ଧ ଦମ୍ପତ୍ତିଙ୍କୁ ଖାଦ୍ୟ ଦେଉଥିବାବେଳେ କିଛି ଯୁବ ସମାଜସେବୀ ସେମାନଙ୍କୁ ଶୀତ ବସ୍ତ୍ର ଓ ଖାଦ୍ୟ ଦେଇ ସହାୟତାର ହାତ ବଢାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.