ରୋଷେଇ ଘରେ ଲୁଚି ରହିଥିବା ଅସରପା ଓ ପୋକକୁ ନେଇ ଚିନ୍ତିତ କି ? ଜାଣନ୍ତୁ ଏମାନଙ୍କୁ ତଡିବାର ଘରୋଇ ଉପଚାର

ପ୍ରତ୍ୟେକ ଘରର ମହିଳା ମାନଙ୍କର ଗୋଟିଏ ମୁଖ୍ୟ ସମସ୍ୟା ରହିଥାଏ । ତା’ ହେଉଛି ରୋଷେଇ ଘର ଓ ରୋଷେଇ ଘରେ ଥିବା ଆଲମାରୀ । ଏହାକୁ ଯେତେ ସଫା କରିଲେ ମଧ୍ୟ ଅସରପା ଓ ଅନ୍ୟ ପୋକ ଲୁଚି ରହିଯାଆନ୍ତି । ଆପଣ ଯଦି ଏମିତି କିଛି ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ଆପଣ କିଛି ଘରୋଇ ଉପାୟ ଅବଲମ୍ବନ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା କିପରି ଏହାର ଘରୋଇ ଉପଚାର କରିବେ।

ଅସରପା ଓ ଅନ୍ୟ ପୋକ ଦୂର କରିବାର ଘରୋଇ ଉପାୟ-

କର୍ପୂରର ବ୍ୟବହାର :

କର୍ପୂର ବ୍ୟବହାର କରି ଆପଣ ଅତି ସହଜରେ ଆଲମାରୀ ଓ ଷ୍ଟୋର ରୁମ୍‌ରୁ ଛୋଟ ଛୋଟ ପୋକକୁ ବାହାର କରିପାରିବେ। ଏଥି ପାଇଁ କର୍ପୂରକୁ ଗୁଣ୍ଡ କରିଦିଅନ୍ତୁ । ଏହି କର୍ପୂର ଗୁଣ୍ଡରେ ଏକରୁ ଦୁଇ ଚାମଚ ଲାଭେଣ୍ଡର ତେଲ ମିଶାନ୍ତୁ । ଏହି ମିଶ୍ରଣକୁ ଆପଣଙ୍କ ଆଲମାରୀ , ରୋଷେଇ ଘର ଓ ପୋକ ରହୁଥବା ସ୍ଥାନରେ ଅଳ୍ପ ଅଳ୍ପ ଦୂରରେ ଛିଞ୍ଚି ଦିଅନ୍ତୁ। ଏହା ବ୍ୟତୀତ ଆପଣ ଏହି ମିଶ୍ରଣକୁ ତୁଳାରେ ବୁଡାଇକି ପୋକ ରହୁଥବା ଘରେ ରଖିଦିଅନ୍ତୁ। ଏହି ମିଶ୍ରଣ ଗନ୍ଧରେ ଅସରପା ଓ ଅନ୍ୟାନ ପୋକ ଧିରେ ଧିରେ ଘରୁ ବାହାରି ଯିବେ।

cloves

ଲବଙ୍ଗର ବ୍ୟବହାର :

ରୋଷେଇ ଘରେ ଥିବା ଲବଙ୍ଗ କେବଳ ଖାଦ୍ୟର ସ୍ୱାଦ ବଢାଇ ଥାଏ ତାହା ନୁହେଁ ଏହାକୁ ଆମେ ଘରେ ଲୁଚି ରହିଥିବା ଅସରପା ଓ ଅନ୍ୟ ପୋକକୁ ବାହାର କରିବା ପାଇଁ ବ୍ୟବହାର କରିପାରିବା। ଲବଙ୍ଗର କଟୁ ଗନ୍ଧ ଦ୍ୱାରା ଅସରପା ଓ ଅନ୍ୟ ପୋକ ସହଜରେ ଘରୁ ବାହାରି ଯାଆନ୍ତି। ଏହି ଘରୋଇ ଉପାୟ ଅବଲମ୍ବନ କରିବା ପାଇଁ ଲବଙ୍ଗକୁ ଗୁଣ୍ଡ କରିଦିଅନ୍ତୁ । ଲବଙ୍ଗ ଗୁଣ୍ଡରେ ପାଣି ମିଶାଇ ଏହାର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରି ଅସରପା ଓ ପୋକ ରହୁଥିବା ସ୍ଥାନରେ ସ୍ପ୍ରେ କରିଦିଅନ୍ତୁ।

କିରୋସିନି ତେଲର ବ୍ୟବହାର :

ଏହି ଉପାୟ କରିବା ପାଇଁ କିରୋସିନି ତେଲରେ ଏକ ତୁଳାକୁ ଭିଜାନ୍ତୁ , କିଛି ସମୟ ପରେ ଏହି ତୁଳାକୁ ଅସରପା ଓ ପୋକ ରହୁଥବା ଘରେ ରଖିଦିଅନ୍ତୁ । କିରୋସିନ ତେଲର ଗନ୍ଧରେ ଅସରପା ରୋଷେଇ ଘରକୁ ଆସିବ ନାହିଁ।

କୀଟନାଶକର ବ୍ୟବହାର :

ରୋଷେଇ ଘର ଏବଂ ଆଲମାରୀରୁ ଅସରପା ଓ ଅନ୍ୟାନ ପୋକକୁ ବାହାର କରିବାର ସବୁଠୁ ସହଜ ଉପାୟ ହେଉଛି କୀଟନାଶକର ବ୍ୟବହାର। କୀଟନାଶକ ପାଉଡରକୁ ଗରମ ପାଣିରେ ଗୋଳାନ୍ତୁ ଓ ଏହି ମିଶ୍ରଣକୁ ପୋକ ରହୁଥବା ସ୍ଥାନରେ ଅଳ୍ପ ଅଳ୍ପ ଦୂରରେ ଛିଞ୍ଚି ଦିଅନ୍ତୁ। କୀଟନାଶକ ଗନ୍ଧରେ ଅସରପା ଓ ଅନ୍ୟାନ ପୋକ ଘରୁ ବାହାରି ଯିବେ । ଏହାର ବ୍ୟବହାର ସମୟରେ ଛୋଟ ଛୁଆକୁ ଏଥିରୁ ଦୂରେଇ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.