ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଚିନ୍ତାରେ ରୋହିତ ଶର୍ମା, ଟିମରେ ନାହାନ୍ତି ଏହିସବୁ ଖେଳାଳି

ଆସନ୍ତାକାଲିରୁ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ। ଆଉ ଖାସ୍‌ ଏଥିପାଇଁ ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଆହତ ଜନିତ ସମସ୍ୟାରୁ ମୁକୁଳିବା ପରେ ଅଧିନାୟକ ରୋହିତ ଶର୍ମା ଏହି ସିରିଜରେ ଅଧିନାୟକତ୍ୱ କରିବା ସହିତ ଭାରତର ବିଜୟ ପାଇଁ ବଡ ଭୂମିକା ତୁଲାଇବାକୁ ପଡିବ । ଆଉ ଦଳର ପ୍ରମୁଖ ଖେଳାଳି ଶିଖର ଧଓ୍ଵନ, ଶ୍ରେୟସ ଆୟର ଏବଂ ଋତୁରାଜ ଗାଏକ୍ୱାର୍ଡଙ୍କ ସମତେ ନବଦୀପ ସାଇନ ମଧ୍ୟ କରୋନାର ଶିକାର ହୋଇଛନ୍ତି। ଏମାନଙ୍କ ଅନୁପସ୍ଥିତି ରୋହିତଙ୍କ ପାଇଁ ବଡ ସମସ୍ୟାର କାରଣ ହୋଇପାରେ।

ତେବେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ତିନି ଖେଳାଳି ଓ ଅନ୍ୟାନ୍ୟ ସପୋଟିଂ ଷ୍ଟାଫଙ୍କର ସାନି କରୋନା ପରୀକ୍ଷା ପରେ ନେଗେଟିଭ ରିପୋର୍ଟ ଆସି ଥିବାରୁ ଅଭ୍ୟାସ ସେସନରେ ସମସ୍ତେ ଉପସ୍ଥିତ ଥିଲେ । ଓପନର ଧୱନ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଇଶାନ କିଶାନ ରୋହିତ ଶର୍ମାଙ୍କ ସହିତ ଇନିଂସ ଓପନିଂ କରିବେ ବୋଲି ଜଣା ପଡିଛି । ସେହିପରି ନିକଟରେ ଇଂଲଣ୍ଡ ବିପକ୍ଷ ଘରୋଇ ଟି-୨୦ ସିରିଜରେ ବିଜୟୀ ହୋଇ ଥିବା କିରନ ପୋଲାର୍ଡଙ୍କ ନେତୃତ୍ୱାଧୀନ ୱେଷ୍ଟଇଣ୍ଡିଜ ଦଳ ମଧ୍ୟ ସୁରକ୍ଷିତ ପରିବେଶରେ ଅଭ୍ୟାସ ଜାରି ରଖିଛନ୍ତି ।

ସେହିପରି ୱେଷ୍ଟଇଣ୍ଡିଜ ସିରିଜରୁ ଟିମ୍‌ ଇଣ୍ଡିଆର ଘାତକ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଆରାମ ଦିଆଯାଇଛି। ନ୍ୟୁଜିଲାଣ୍ଡ ସିରିଜ ପରେ ଜାଡେଜା ଆହତ ହୋଇ ସାଉଥ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ସିରିଜରୁ ବାଦ୍‌ ପଡିଛନ୍ତି। ଏହି ସିରିଜ ପାଇଁ ଜସପ୍ରୀତ ବୁମରାହ ଓ ମହମ୍ମଦ ସାମୀଙ୍କୁ ମଧ୍ୟ ଆରାମ ଦିଆଯାଇଛି।

ଆସନ୍ତା ୬ ତାରିଖରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଆରମ୍ଭ ହେବ। ଏବେ ଏହି ଖେଳାଳି କରୋନା ପଜିଟିଭ ବାହାରିବା ପରେ ଟିମ୍‌ ଇଣ୍ଡିଆ ପ୍ଲେଇଂ ଇଲେଭେନ ପ୍ରସ୍ତୁତ କରିବା ପାଇଁ ସଙ୍କଟରେ ପଡିପାରେ।

ଭାରତ -ୱେଷ୍ଟଇଣ୍ଡିଜ ଦିନିକିଆ:

ପ୍ରଥମ ଦିନିକିଆ: ଫେବୃଆରୀ ୬, ଅହମଦାବାଦ
ଦ୍ୱିତୀୟ ଦିନିକିଆ: ଫେବୃଆରୀ ୯, ଅହମଦାବାଦ
ତୃତୀୟ ଦିନିକିଆ: ଫେବୃଆରୀ ୧୨, ଅହମଦାବାଦ

ଟି-୨୦ ମ୍ୟାଚ:

ପ୍ରଥମ ଟି-୨୦: ୧୫ ଫେବୃଆରୀ, କଲିକତା
ଦ୍ୱିତୀୟ ଟି-୨୦: ୧୮ ଫେବୃଆରୀ, କଲିକତା
ତୃତୀୟ ଟି-୨୦: ୨୦ ଫେବୃଆରୀ, କଲିକତା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.