Below header

ଜଳେଶ୍ୱର ସହରର ବିଭିନ୍ନ ସ୍ଥାନରେ ଚଢାଉ, ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ

ଜଳେଶ୍ୱର (କେନ୍ଯୁଜ୍): ୪୦ ଲକ୍ଷର ଧଳା ଜହର ଜବତ । ଜଳେଶ୍ୱର ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୪୦୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଏସଟିଏଫ୍‌, ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉରେ ୪୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି ।

ଏହାସହ ଜଣେ ବେପାରୀକୁ ଗିରଫ କରିଛି ପୋଲିସ । ଗତ ୫ ମାସ ମଧ୍ୟରେ ୫ କେଜିରୁ ଉର୍ଦ୍ଧ୍ୱ ବ୍ରାଉନସୁଗର ଜବତ ସହ ୩୦ ଜଣଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ । ବାରମ୍ବାର ଚଢାଉ ପରେ ବି ଜଳେଶ୍ୱର ଅଞ୍ଚଳରେ ବ୍ରାଉନସୁଗର ବେପାରରେ ରୋକ୍‌ ଲାଗୁନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.