iOS 15: ଆଇଫୋନ୍ ବ୍ୟାଟେରୀ ଡ୍ରେନ୍ ନ ହେବା ପାଇଁ ଆପଣାନ୍ତୁ ଏହି ଉପାୟ

ଜଣେ ଗ୍ରାହକ ଯେତେବେଳେ କୌଣସି ଫୋନ୍ କିଣନ୍ତି ତାର ଫିଚର୍ ଦେଖି କିଣିଥାଆନ୍ତି। କିଛି ଲୋକ ଫୋନ୍ କ୍ୟାମେରା ଫିଚର୍ ଦେଖି କିଣନ୍ତି ତ ଆଉ କିଛି ଲୋକ ଖାସ କରି ଏହାର ବ୍ୟାଟେରୀ । କିନ୍ତୁ ଅନେକ ଲୋକ ଅଛନ୍ତି ଯିଏକି ଖାସ କରି ଆଇଫୋନ୍ କିଣିବାକୁ ଭଲ ପାଆନ୍ତି। କାରଣ ସେଥିରେ ଥିବା ଫିଚର୍ ତାଙ୍କୁ ପସନ୍ଦ।

ହେଲେ ଆଇ ଫୋନ୍ ବ୍ୟବହାର କରୁଥିବା ଅନେକ ୟୁଜରଙ୍କ ମତ ରହିଛି ଏହାର ବ୍ୟାଟେରୀ ପ୍ରୋବ୍ଲେମ୍ ରହିଥାଏ ବୋଲି। ତେବେ ଅନେକ ଆଇଫୋନ ଉପୋଭୋକ୍ତାଙ୍କର ମତ ରହିଛି ଯେ ଏହା ଆଇଫୋନ ବ୍ୟାଟେରୀର ଅସୁବିଧା ନୁହେଁ। ହୁଏତ ଏହା ଚାର୍ଜରର ଅସୁବିଧା ହୋଇପାରେ କିମ୍ବା କୌଣସି ଆପ ଗୁଡ଼ିକର। ହାର୍ଡୱେର୍ ସମସ୍ୟା ଥିବା ମଧ୍ୟ ଅନେକ କୁହନ୍ତି।

 

ଯଦି ଆପଣ iPhone ୟୁଜର ତେବେ ନିଜର ବ୍ୟାଟେରୀ ସୁରକ୍ଷିତ ରଖିବା ପାଇଁ ଏହାକୁ ଆପଣ ଭଲ ଭାବେ ଚେକ କରିବା ଦରକାର।

ଆପଣ ବ୍ୟାଟେରୀ ହେଲ୍ଥ ଜାଣିବା ପାଇଁ ପ୍ରଥମେ ସେଟିଂକୁ ଯାଆନ୍ତୁ । ଏହା ପରେ ବ୍ୟାଟେରୀକୁ ଯାଆନ୍ତୁ । ଏହା ପରେ ଆପଣ ବ୍ୟାଟେରୀ ହେଲ୍ଥ ଚେକ୍ କରିପାରିବେ। (setting > Battery >Battery Health).

 

ତେବେ ଆପଣଙ୍କ ଆଇଫୋନ୍ ବ୍ୟାଟେରୀ ଯେତେବେଳେ ୮୦ ପ୍ରତିଶତରୁ କମ୍ ଦେଖାଇବ ଆପଣ ସେତେବେଳେ ନିଜ ଫୋନ୍ ବ୍ୟାଟେରୀ ରିପ୍ଲେସ କରିପାରିବେ।

 

ତବେ ଆଇ ଫୋନ୍ ଆଉ ଏକ ଅନ୍ୟ କାରଣରୁ ମଧ୍ୟ ଖରାପ ହୋଇଥାଏ। ଯଦି ଆପଣଙ୍କ ଫୋନରେ ରନିଂ ଆପ ସ୍କ୍ରିନ୍ ଉପରେ ରହିଛି ତେବେ ଏହା ଫୋନ୍ ଖରାପ କରିପାରେ। କାରଣ ଆପ ଗୁଡ଼ିକ ଫୋନ୍ ସ୍କ୍ରିନରେ ଚାଲିବା ଦ୍ଵାରା ମଧ୍ୟ ଏହା ଆପଣଙ୍କ ବ୍ୟାଟେରୀ ଉପରେ ପ୍ରଭାବ ପକାଇଥାଏ। ତେଣୁ ଏଥି ପାଇଁ ଆପଣ ବ୍ୟାକଗ୍ରାଉଣ୍ଡ ଆପ ରିିଫ୍ରେସ କରିବା ଦରକାର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.